spot_img

Latest Posts

ଟି-୨୦ ବିଶ୍ବକପ୍ ପାଇଁ ଟଇମ୍ ଇଣ୍ଡିଆ ଘୋଷଣା: ଗିଲ ଆଉଟ୍, ଇଶାନ ଇନ୍

ଟି-୨୦ ବିଶ୍ବକପ୍ ପାଇଁ ଟଇମ୍ ଇଣ୍ଡିଆ ଘୋଷଣା: ଗିଲ ଆଉଟ୍, ଇଶାନ ଇନ୍

ନନ୍ଦିଘୋଷ ବ୍ୟୁରୋ: ୨୦୨୬ରେ ଖେଳାଯିବାକୁ ଥିବା ଟି୨୦ ବିଶ୍ବକପ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଆଜି ଅର୍ଥାତ ୨୦ ଡିସେମ୍ବରରେ ବିସିସିଆଇର ମୁମ୍ବାଇ ହେଡକ୍ବାର୍ଟରରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ସଦସ୍ୟଙ୍କୁ ନେଇ ବୈଠକ ହୋଇଥିଲା । ଏଥିରେ ୧୫ ଜଣ ଖେଳାଳିଙ୍କ ନାଁରେ ମୋହର ବାଜିଛି । ୨୦୨୬ରେ ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଫିଲ୍ଡକୁ ଓହ୍ଲାଇବ । ତେବେ ଟିମ୍ ଘୋଷଣା ବେଳେ ଶୁଭମନ ଗିଲଙ୍କୁ ନେଇ ବଡ଼ ଖବର ମିଳିଛି । ବିଶ୍ବକପ୍ ଦଳରେ ଗିଲଙ୍କୁ ସ୍ଥାନ ମିଳିନି । ଆଉ ତାଙ୍କ ସ୍ଥାନରେ ଧୂଆଁଧାର ବ୍ୟାଟର ଇଶାନ କିଶନ କମବ୍ୟାକ୍ କରିଛନ୍ତି । ବୈଠକ ପରେ ବିସିସିଆ ସେକ୍ରେଟାରୀ ଦେବଜିତ ସାଇକିୟା ଟିମ୍ ଘୋଷଣା କରିଥିଲେ ।

ବିଶ୍ବକପ୍ ପାଇଁ ଭାରତୀୟ ଦଳ

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ)

ଅଭିଶେକ ଶର୍ମା

ସଞ୍ଜୁ ସାମସଙ୍ଗ (ଓ୍ବିକେଟ କିପର)

ଇଶାନ କିଶନ

ହାର୍ଦ୍ଦିକ ପାଣ୍ଡ୍ୟା

ତିଲକ ବର୍ମା

ଅକ୍ଷର ପଟେଲ (ଉପ-ଅଧିନାୟକ)

ଶିବମ ଦୁବେ

ଓ୍ବାସିଂଟନ ସୁନ୍ଦର

କୁଲଦୀପ ଯାଦବ

ବରୁଣ ଚକ୍ରବର୍ତ୍ତି

ଜସପ୍ରିତ ବୁମରା

ହର୍ଷିତ ରାଣା

ଅର୍ଶଦୀପ ସିଂହ

ରିଙ୍କୁ ସିଂହ

ଗିଲଙ୍କୁ ମିଳିଲାନି ସ୍ଥାନ, ଅକ୍ଷର ପଟେଲ ଉପ-ଅଧିନାୟକ

ଶୁଭମନ ଗିଲଙ୍କୁ ଟିମରେ ସ୍ଥାନ ମିଳିନି । ଆଉ ଟି୨୦ ବିଶ୍ବକପ୍ ଟିମର ଉପ-ଅଧିନାୟକ ଅକ୍ଷର ପଟେଲଙ୍କୁ କରାଯାଇଛି । ସେହିପରି ବହୁଦିନ ପରେ ଟିମ୍ ଇଣ୍ଡିଆକୁ ଇଶାନ କିଶାନଙ୍କ କମବ୍ୟାକ ହୋଇଛି । ତାଙ୍କ ସହ ରିଙ୍କୁ ସିଂହ ବି ଦଳକୁ ଫେରିଛନ୍ତି । ରିଙ୍କୁ ଟି୨୦ ଏସିଆ କପ୍ ଟିମରେ ଥିଲେ ବି ଦକ୍ଷିଣ ଆଫ୍ରିକା ସିରିଜରେ ତାଙ୍କୁ ସ୍ଥାନ ମିଳି ନଥିଲା । ସେହିପରି ଓ୍ବିକେଟ କିପର ବ୍ୟାଟର ଜିତେଶ ଶର୍ମାଙ୍କୁ ଟିମରେ ସ୍ଥାନ ମିଳିନି । ବିଶ୍ବକପରେ ଭାରତୀୟ ପେସ୍ ବାହିନୀର ମଙ୍ଗ ବୁମରା ସମ୍ଭାଳିବାକୁ ଥିବା ବେଳେ ସ୍ପିନ ବିଭାଗକୁ ବରୁଣ ଓ କୁଲଦୀପ ସମ୍ଭାଳିବେ । ଏହାବାଦ ପାଣ୍ଡ୍ୟା ଓ ଦୁବେଙ୍କ ପରି ଅଲରାଉଣ୍ଡର ଦଳକୁ ସନ୍ତୁଳିତ କରୁଛି ।

ଇଶାନଙ୍କ ଦମଦାର ପ୍ରଦର୍ଶନ

ଟି୨୦ ବିଶ୍ବକପ ଟିମରୁ ଗିଲ ବାହାର ହେବା ଓ ଇଶାନ ଫେରିବା ପଛରେ ବଡ଼ କାରଣ ରହିଛି । ଗିଲ ଯେଉଁଠି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ର ୩ଟି ମ୍ୟାଚରେ ମାତ୍ର ୩୨ ରନ୍ କରିଥିଲେ । ଅନ୍ୟପକ୍ଷେ ଇଶାନ କିଶାନ ସୟଦ ମୁସ୍ତାକ ଅଲି ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ । ଏହି ଟି୨୦ ଫର୍ମାଟରେ ଇଶାନ ସର୍ବାଧିକ ରନ କରିଥିବା ବେଳେ ସର୍ବାଧିକ ଛକା ଓ ଶତକ ମାରିଛନ୍ତି । ସେତିକି ନୁହେଁ, ନିଜ ଅଧିନାୟକତ୍ବ ବଳରେ ସେ ପ୍ରଥମ ଥର ଝାଡ଼ଖଣ୍ଡକୁ ଏହି ଟୁର୍ଣ୍ଣାମେଣ୍ଟ ଜିତାଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ସହ ୧୦ଟି ମ୍ୟାଚ୍ ଖେଳି ୫୦୦ରୁ ଅଧିକ ରନ୍ କରିଛନ୍ତି ।

Latest Posts

Don't Miss