କିଏ ଜିତିବ ଆଜିର ମ୍ୟାଚ୍? ଭାରତ ପାଇଁ କର ବା ମର

1 min read

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ଘରୋଇ ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ୍ । ଟି-ଟ୍ୱେଣ୍ଡି ତୃତୀୟ ମ୍ୟାଚରେ ଭାରତ ପାଇଁ ରହିଛି ‘କର ବା ମର ପରିସ୍ଥିତି’। ଦ୍ୱିତୀୟ ମ୍ୟାଚରେ ହାରିବା ପରେ ଟିମ୍ ଇଣ୍ଡିଆ ଆଜି ସମ୍ମାନ ବଞ୍ଚାଇବାକୁ ଶତ ପ୍ରଚେଷ୍ଟା କରିବ । ଦକ୍ଷିଣ ଆଫ୍ରିକାର ୱଣ୍ଡର୍ସ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯାଇ ଥିବାବେଳେ ଦ୍ୱିତୀୟ ମ୍ୟାଚ୍ ମଧ୍ୟ ବର୍ଷା କାରଣରୁ ଦକ୍ଷିଣ ଆଫ୍ରିକା ପାଇଁ ଆଶିର୍ବାଦ ସାବ୍ୟସ୍ତ ହୋଇଥିଲା ।

ଭାରତ ୧୯.୩ ଓଭର୍ ଖେଳି ୭ ୱିକେଟରେ ୧୮୦ ରନ୍ କରିଥିବା ବେଳେ ଆରମ୍ଭ ହୋଇଯାଇଥିଲା ବର୍ଷା ହୋଇଥିଲା। ବର୍ଷା କାରଣରୁ କିଛି ସମୟ ଅଟକି ଯାଇଥିଲା ମ୍ୟାଚ୍। ପରେ ମ୍ୟାଚ୍ ଆରମ୍ଭ ହୋଇଥିଲେ ମଧ୍ୟ ଡକ୍ ୱିଥ୍ ଲୁଇସ୍ ନିୟମ ଲାଗୁ ହୋଇଥିଲା, ଯାହା ଘରୋଇ ଦକ୍ଷିଣ ଆଫ୍ରିକା ପାଇଁ ଫାଇଦା ହୋଇଥିଲା । ବର୍ଷା ପରେ ବଲ କାମ କରିନଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଏହି ନିୟମ ଆଧାରରେ ୧୩ ଓଭରରେ ୫ ୱିକେଟ୍ ହରାଇ ୧୫୪ ରନ୍ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଫଳରେ ସିରିଜ୍ ବର୍ତ୍ତମାନ ୦-୧ ରେ ଆଗୁଆ ରହିଛି । ଆଜି ସୂର୍ଯ୍ୟକୁମାର ଯାଦବଙ୍କ ଯୁବବାହିନୀ ସିରିଜ୍ ବରାବର ଲକ୍ଷ୍ୟରେ ରହିବେ।

ସମ୍ଭାବ୍ୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମାନ ଗିଲ୍, ଋତୁରାଜ ଗାଏକ୍ୱାଡ, ତିଳକ ବର୍ମା, ରିଙ୍କୁ ସିଂ, ଶ୍ରେୟସ ଆୟର, ଇଶାନ କିଶାନ ଓ ଜିତେଶ ଶର୍ମା (ୱିକେଟକିପର), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ୍ ସିରାଜ, ମୁକେଶ କୁମାର ଓ ଦୀପକ ଚହର ଆଜି ଖେଳିବା ସମ୍ଭାବନା ରହିଛି