ନନ୍ଦିଘୋଷ ବ୍ୟୁରୋ: ଗୁଆହାଟି ଟେଷ୍ଟରେ ଭାରତ ଆଗରେ ବିଶାଳ ସ୍କୋର । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ଆଗରେ ବିଶାଳ ସ୍କୋର ଠିଆ କରିଛି ଭ୍ରମଣକାରୀ ଦଳ । ଟେଷ୍ଟରେ ଟସ ଜିତି ପ୍ରଥମ ବ୍ଯାଟିଂ କରି ଦଳ ୪୮୯ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବ୍ଯାଟିଂ କରି ଭାରତ ୨୦୧ ରନ କରି ସମସ୍ତ ୱିକେଟ ହରାଇଥିଲା । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ସର୍ବାଧିକ ୫୮ ରନ କରିଥିବାବେଳେ ୱାସିଂଟନ ସୁନ୍ଦର ୪୮ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସନ ୬ଟି ୱିକେଟ ନେଇଥିଲେ । ଭାରତ ପ୍ରଥମ ଇଂନିସରେ ୨୦୧ ରନ କରି ଆଉଟ ହେବାପରେ ଦ୍ବିତୀୟ ଇଂନିସ ଆରମ୍ଭ କରିଛି ଦକ୍ଷିଣ ଆଫ୍ରିକା । ଗତକାଲି ଦଳ କୌଣସି ୱିକେଟ ନ ହରାଇ ୨୬ ରନ ସଂଗ୍ରହ କରିଛି । ଫଳରେ ୩୧୪ ରନ ଆଗୁଆ ରହିଛି । ଆଜି ଖେଳର ଚତୁର୍ଥ ଦିନ ହୋଇଥିବାବେଳେ ପୁଣି ୧୬ ରନରୁ ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା ।

