୧୧ଟାରୁ ଅନଲାଇନ ଟିକେଟ୍, ଜଣେ ଦର୍ଶକ ୨ଟି ଟିକେଟ୍ କିଣିପାରିବେ

1 min read

କଟକ: ବାରବାଟୀ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଟି ଟ୍ବେଣ୍ଟି ମ୍ୟାଚ ପାଇଁ ଜୁନ 1 ତାରିଖ ଦିନ 11ଟା ରୁ ଅନଲାଇନ ଟିକେଟ ବିକ୍ରି ହେବ । ମୋଟ 5 ହଜାର ଟିକେଟ୍ ଅନଲାଇନରେ ମିଳିବ । ଜଣେ ଦର୍ଶକ ଦୁଇଟି ଟିକେଟ ନେଇପାରିବେ । ପେଟିଏମ ଆପ୍ ଜରିଆରେ ଅନଲାଇନ ଟିକେଟ ବୁକ କରିବେ ଦର୍ଶକ ।

ସେହିପରି ଟିକେଟ ବୁକିଂ ବେଳେ ଦର୍ଶକଙ୍କୁ ନିଜର ପରିଚୟ ପତ୍ର ଦେବାକୁ ପଡିବ । ଅନଲାଇନ୍ ଟିକେଟ କରିଥିବା ବ୍ୟକ୍ତି ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟ ହାର୍ଡକପି ସଂଗ୍ରହ କରିବେ  । ଉଭୟ ଅଫଲାଇନ ଏବଂ ଅନଲାଇନ୍ରେ ଟିକେଟ୍ ବିକ୍ରି ହେବ । ଭୁବନେଶ୍ବର ଓ କଟକରେ ଖୋଲିବ ଦୁଇଟି ଲେଖାଏଁ କାଉଣ୍ଟର । ତେବେ ଏଥର ଟିକେଟ୍ ଦର ବଢିବ । ଜଣେ ଲୋକ ଦୁଇଟି ଟିକେଟ କିଣିପାରିବେ । ୪୪ ହଜାର ଲୋକ ଷ୍ଟାଡିୟମରେ ଖେଳ ଦେଖିବା ଭଳି ବ୍ୟବସ୍ଥା କରାଯିବ ।

ଜୁନ୍ ୧୨ରେ ବାରବାଟୀରେ କେଳାଯିବ ବାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ  ।  ମ୍ୟାଚ୍ ପାଇଁ ଓସିଏର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ୍, ପାର୍କିଂ ଭଳି ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି । ଜୁନ୍ ୧୦ରେ ଭୁବନେଶ୍ବର ପହଞ୍ଚିବେ ଖେଳାଳି । ସେଠାରୁ କଡାସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ତାରକା ହୋଟେଲ ନିଆଯିବ । ଏଥିସହ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ପାଇଁ ଖେଳାଳି ବାରବାଟି ଷ୍ଟାଡିୟମର ଯିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ।