UNHRCରେ ଭାରତ ଦେଖାଇଲା ପାକିସ୍ତାନର ଅସଲ ଚେହେରା

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ (UNHRC)ରେ ଭାରତ ପୁଣିଥରେ ପାକିସ୍ତାନର ଅସଲ ଚେହେରା ବିଶ୍ୱ ଆଗରେ ଉପସ୍ଥାପନ କରିଛି। UNHRCରେ ଭାରତ କହିଛି- ପାକିସ୍ତାନ ଖୋଲାଖୋଲି ଭାବେ ଆତଙ୍କବାଦୀଙ୍କ ସମର୍ଥନ କରୁଛି। ଶିଖ, ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅହମାଦିୟାଙ୍କ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାରକୁ ସଂରକ୍ଷଣ କରିବାରେ ବିଫଳ ହୋଇଛି ପାକିସ୍ତାନ।
ଏହାପୂର୍ବରୁ ଜାତିସଂଘର ମାନବାଧିକାର ଉଚ୍ଚ କମିଶନର ମିସେଲ ବେଶଲେଟ୍ ଭାରତରେ UAPA ର ବ୍ୟବହାର ଏବଂ ଜାମ୍ମୁ କାଶ୍ମୀରରେ ଟେଲିକମ୍ ସେବା ଉପରେ ବାରମ୍ବାର କଟକଣା ଲଗାଇବାକୁ ଚିନ୍ତାଜନକ ବୋଲି କରିଛନ୍ତି। ଏହା ଉପରେ ମଙ୍ଗଳବାର ଦିନ ଭାରତ, ଜାମ୍ମୁ କାଶ୍ମୀର ଉପରେ UNHRC ମୁଖ୍ୟଙ୍କ ମନ୍ତବ୍ୟକୁ ନେଇ ନିରାଶା ପ୍ରକାଶ କରିଥିଲା । ଆଉ କହିଥିଲା ତାଙ୍କ ଟିପ୍ପଣୀ ମୂଳ ସତ୍ୟତା ପ୍ରକାଶ କରୁନି ।
ପୂର୍ବରୁ ବିଶ୍ୱ ଆଗରେ ସତ୍ୟତା ରଖିଥିଲା ଭାରତ
ବାସ୍ତବରେ ଭାରତ ପୂର୍ବରୁ ମଧ୍ୟ ମାନବାଧିକାର ପରିଷଦରେ ପାକିସ୍ତାନର କାର୍ଯ୍ୟକଳାପକୁ ପରିପ୍ରକାଶ କରିସାରିଛି। ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଦୂରାବସ୍ଥା ସମ୍ପର୍କରେ ବିଶ୍ୱକୁ ଜଣାଇବା ଲାଗି ଭାରତ ନିରନ୍ତର ଚେଷ୍ଟା କରିଆସିଛି।
ମିଳିତ ଜାତିସଂଘର ଏକ ଉଚ୍ଚସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଫଗାନିସ୍ତାନରେ ଦାରିଦ୍ର୍ୟତା ନେଇ ମାନବାଧିକାର ସମେତ ପୂରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ କହିଛନ୍ତି ଯେ ଏହି ଅସମୟରେ ଆଫଗାନିସ୍ତାନ ଲୋକଙ୍କ ସହ ଭାରତ ଦୃଢ ଭାବରେ ଛିଡା ହୋଇଛି।
ସେହିପରି ବୈଠକରେ ତାଲିବାନ ଶାସନ ଆସିବା ପରେ ଆଫଗାନିସ୍ତାନର ସ୍ଥିତାବସ୍ଥା କିଭଳି ରହିଛି ସେନେଇ ପ୍ରକାଶ କରିଥିଲେ ଜୟଶଙ୍କର ।