ଖେଳାଳିଙ୍କୁ ବିଶ୍ରାମ ଦେବା ପାଇଁ ରୋଟେସନ ପଲିସି ଲାଗୁ କରିବ ବିସିସିଆଇ

1 min read

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରୁ ଗ୍ରୁପ ଷ୍ଟେଜରୁ ବାହାରିବା ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ବାୟୋ-ବବଲକୁ ନେଇ କଡା ଆଭିମୁଖ୍ୟ ଆପଣେଇଛନ୍ତି । ସେ ବାୟୋ ବବଲକୁ ନେଇ କହିଛନ୍ତି ଯେ ଯେଉଁଦିନ ଏହି ବବଲ ଫୁଟିବ ସେହି ଦିନ ବହୁ କିଛି ସହିବାକୁ ପଡ଼ିବ । ରବି ଶାସ୍ତ୍ରୀଙ୍କ ବ୍ୟତୀତ ଜଶପ୍ରୀତ ବୁମ୍ରା, ବିରାଟ କୋହଲିଙ୍କ ପରି ଖେଳାଳି ଏହି ବାୟୋ ବବଲକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏହି ବୟୋ ବବଲକୁ ନେଇ ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ବିସିସିଆଇ ।

ରିପୋର୍ଟ ମୁତାବିକ ବିସିସିଆଇ ଏବେ ରୋଟେସନ ପଲିସି ଉପରେ ବିଚାର କରୁଛି । ନ୍ୟୁଜିଲାଣ୍ଡ ସିରିଜରେ ଏହି ରୋଟେସନ ପଲିସିର ବ୍ୟବହାର କରିବା ଲକ୍ଷ୍ୟରେ ରହିଛି ବିସିସିଆଇ । ସେଥିପାଇଁ ନ୍ୟୁଜିଲାଣ୍ଡ ସିରିଜରେ କିଛି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ଏବଂ କିଛି ନୂଆ ଖେଳାଳିଙ୍କୁ ଟିମକୁ ଆସିଛନ୍ତି । ଯାହା ଫଳରେ ସିନିୟର ଖେଳାଳିଙ୍କୁ ବିଶ୍ରାମ ମିଳିପାରିବ ଓ ଯୁବ ଖେଳାଳିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇପାରିବେ ।

ବର୍ତ୍ତମାନ ଇଂଲଣ୍ଡ ଏହି ରୋଟେସନ ପଲିସିର ବ୍ୟବହାର କରୁଛି । ଯେଉଁଠାରେ ଟେଷ୍ଟରେ ଏକ କୋର ଗ୍ରୁପ୍ ତିଆରି କରିଛି ଏବଂ ଦିନିକିଆ ଓ ଟି-୨୦ ପାଇଁ ଅଲଗା ଅଲଗା ଦଳ ପ୍ରସ୍ତୁତ କରିଛି । ଗୋଟିଏ ସିରିଜ ପରେ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଉଛି ଏବଂ ଅନ୍ୟ ଏକ ସିରିଜରେ କିଛି ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରାଯାଉଛି ।

ଇନସାଇଡ୍ ସ୍ପୋର୍ଟ୍ସରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଖେଳାଳିଙ୍କ କଥାକୁ ଧ୍ୟାନରେ ରଖାଯାଇଛି। ଲଗାତାର ବାୟୋ ବବଲରେ ରହିବା ସହଜ ନୁହେଁ। ଏଥିପାଇଁ ରୋଟେସନ ଦଳର ଆବଶ୍ୟକତା ରହିଛି। ନ୍ୟୁଜିଲାଣ୍ଡ ସିରିଜ୍‌ରେ ଏହାର ଆରମ୍ଭ ହେବାକୁ ଯାଉଛି। ଘରୋଇ କ୍ରିକେଟ୍‌ରେ ଆମ ପାଖରେ ବହୁତ ପ୍ରତିଭାବାନ ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ଦଳରେ ସୁଯୋଗ ମିଳିବ। ସୂଚନା ଅନୁସାରେ ଭାରତୀୟ କ୍ରିକେଟ ଟିମ୍ ଗତ ଏକ ବର୍ଷ ଧରି ଲଗାତର କ୍ରିକେଟ ଖେଳୁଛି । ଗତ ୬ ମାସ ଧରି ଖେଳାଳି ବାୟୋ ବବଲରେ ଅଛନ୍ତି । ତେବେ ଆଗାମୀ ଏକ ବର୍ଷ ମଧ୍ୟରେ ମଧ୍ୟ ମ୍ୟାଚ ଭରପୁର ଅଛି । ଏଥିପାଇଁ କିଛି ବଡ଼ ଖେଳାଳିଙ୍କୁ ବିଶ୍ରାମ ଦେବା ପାଇଁ ନିଷ୍ପତି ନେଇଛି । ବିରାଟ କୋହଲି, ଜଶପ୍ରିତ ବୁମ୍ରା, ଋଷଭ ପନ୍ତ, ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମା ବି ଟେଷ୍ଟ ସିରିଜରେ ବିଶ୍ରାମ ନେବେ ।

ରୋଟେସନ ପଲିସି ଆଧାରରେ ଶ୍ରେୟସ ଆୟରଙ୍କୁ ଟେଷ୍ଟ ଦଳରେ ସାମିଲ୍ କରାଯାଇଛି। ଯଦ୍ଵାରା ଭବିଷ୍ୟତ ଟେଷ୍ଟ ଦଳରେ ତାଙ୍କୁ ଫିଟ୍ ରଖାଯାଇ ପାରିବ। ଯଦି କୌଣସି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳେ ତେବେ ସେ ଉକ୍ତ ସ୍ଥାନରେ ଖେଳି ପାରିବେ। ଅନ୍ୟପଟେ ଇଣ୍ଡିଆ-ଏର ଚୟନରେ ମଧ୍ୟ ଏମିତି ଖେଳାଳିଙ୍କ ଉପରେ ଧ୍ୟାନ ଦିଆଯିବ ଯିଏ ଆଗାମୀ ଗୋଟିଏ କି ଦୁଇ ବର୍ଷରେ ଭାରତୀୟ ଦଳ ସହିତ ଖେଳିବାକୁ ପ୍ରସ୍ତୁତ ହୋଇ ପାରିବେ।  ଚଳିତ ଟି-୨୦ ବିଶ୍ବକପରେ ଭାରତ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଅକ୍ଷମ ହୋଇଥିଲେ । ଏପରି ସ୍ଥଳରେ ରବି ଶାସ୍ତ୍ରୀ ବିଦାୟ ନେବା ସମୟରେ ଖେଳାଳିଙ୍କ ମାନସିକ, ଶାରୀରିକ ଭାବରେ ଦୁର୍ବଳ ହୋଇଯାଇଥିଲେ । କାହିଁକି ବିଗତ ୬ ମାସ ଧରି ସବୁ ଖେଳାଳି ବାୟୋ ବବଲରେ ଅଛନ୍ତି । କିଛି ଖେଳାଳି ନିଜ ପରିବାର ସହ ମଧ୍ୟ ଦେଖା ହୋଇନାହାନ୍ତି । ଯଦି ଟି-୨୦ ବିଶ୍ବକପ ଓ ଆଇପିଏଲ ମଧ୍ୟରେ କିଛି ସମୟ ବିଶ୍ରାମ ମିଳିପାରିଥାନ୍ତା ତେବେ ଆଜି ରେଜଲ୍ଟ କିଛି ଅଲଗା ହୋଇଥାନ୍ତା ବୋଲି କହିଥିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ।

Leave a Reply

ନଜର ପକାନ୍ତୁ