ଦେଶରେ ବଢ଼ିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨ ଲକ୍ଷ ୮୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
1 min readନୂଆଦିଲ୍ଲୀ: ଦେଶରେ ଆଜି ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୫୭୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୯.୫୯ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୦୬ ହଜାର ୩୫୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
India reports 2,86,384 new #COVID19 cases, 573 deaths and 3,06,357 recoveries in the last 24 hours
Active case: 22,02,472 (5.46%)
Daily positivity rate: 19.59%Total Vaccination : 1,63,84,39,207 pic.twitter.com/NKqlGIVaD6
— ANI (@ANI) January 27, 2022
ଦେଶରେ ବୁଧବାର ୨ ଲକ୍ଷ ୮୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ବୃଦ୍ଧି ପାଇଛି । ଆଜି ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୨୨ ଲକ୍ଷ ୦୨ ହଜାର ୪୭୨ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୦୬ ହଜାର ୩୫୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ ଆଜି କରୋନାର ସ୍ଥିତି ସମୀକ୍ଷା କରିବା ପାଇଁ DVMAର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଶୀର୍ଷରେ ଥିବା ୫ ରାଜ୍ୟର କରୋନା ସଂକ୍ରମଣ ହାର ଓ ସ୍ଥିତି ବେଶ ଖରାପ ରହିଛି । କର୍ଣ୍ଣାଟକରେ ଲଗାତାର ବଢୁଛି ସଂକ୍ରମଣ । ସେହିପରି କେରଳରେ ମଧ୍ୟ କରୋନାର ଭାୟବହତା ବଢିଚାଲିଛି ।