ଭାରତରେ କରୋନାର ନୂଆ ଭାରିଆଣ୍ଟ XE ଚିହ୍ନଟ, ମୁମ୍ବାଇରୁ ପ୍ରଥମ ମାମଲା
1 min readମୁମ୍ବାଇ: କରୋନା ସଂକ୍ରମଣ ପୁଣି ଥରେ ଚିନ୍ତା ବଢାଇବାରେ ଲାଗିଛି । କରୋନାର ନୂଆ ଭାରିଆଣ୍ଟ XE ଓ କାପା ଭାଇରସରେ ମୁମ୍ବାଇର ଦୁଇ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ଦେଶରେ XEର ଏହା ପ୍ରଥମ ମାମଲା ବୋଲି ସୂଚନା ମିଳିଛି ।
ରିପୋର୍ଟ ଅନୁଯାୟୀ, ଜିନୋମ ସିକ୍ୱେନ୍ସିଂ ସମୟରେ ମୋଟ୍ ୩୭୬ ଜଣଙ୍କର ନମୁନା ଯାଇଥିଲା । ଯେଉଁଥିରେ ୨୩୦ ଜଣ ମୁମ୍ବାଇର । ୨୩୦ରୁ ୨୨୮ ନମୁନା ଓମିକ୍ରନର ହୋଇଥିବା ବେଳେ ଗୋଟିଏ କାପା ଓ ଗୋଟିଏ XE ଭାରିଆଣ୍ଟ ଚିହ୍ନଟ ହୋଇଛି ।
ତେବେ ନିକଟ ଅତୀତରେ କୋଭିଡର ନୂଆ ଭାରିଆଣ୍ଟ XE ଓମିକ୍ରନର ସବ୍ ଭାରିଆଣ୍ଟ BA.୨ ଅପେକ୍ଷା XE ଭାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କହିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
କୋଭିଡର ଦ୍ୱିତୀୟ ମ୍ୟୁଟାଣ୍ଟ ଷ୍ଟ୍ରେନ ଭାବେ ପରିଚିତ XE । ବିଶ୍ୱର ବିଭିନ୍ନ ଦେଶରେ ଏବେ BA.୨ର ଉତ୍ପାତ ଜାରି ରହିଥିବାବେଳେ XE ଭାରିଆଣ୍ଟ BA.୧ ଓ BA.୨ର ଏକ ମ୍ୟୁଟାଣ୍ଟ ହାଇବ୍ରିଡ ବୋଲି ଚିହ୍ନଟ କରାଯାଇଛି ।