ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର, ଗତ ୨୪ ଘଣ୍ଟାରେ ଦେଶରେ ୪୮୮ ଜଣଙ୍କ ମୃତ୍ୟୁ
1 min readନୂଆଦିଲ୍ଲୀ: ଦେଶରେ କୋଭିଡ୍ ମୃତ୍ୟୁସଂଖ୍ୟା ସହ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏପ୍ରିଲରେ ଦୈନିକ ସଂକ୍ରମଣ ସବୁଦିନ ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୪୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ଲକ୍ଷେ ମୁହାଁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬ ହଜାର ୯୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
India reports 96,982 new #COVID19 cases, 50,143 discharges, and 446 deaths in the last 24 hours, as per the Union Health Ministry
Total cases: 1,26,86,049
Total recoveries: 1,17,32,279
Active cases: 7,88,223
Death toll: 1,65,547Total vaccination: 8,31,10,926 pic.twitter.com/MSIgBZinLC
— ANI (@ANI) April 6, 2021
ଦେଶରେ ଏଯାବତ୍ ୧ କୋଟି ୨୬ ଲକ୍ଷ ୮୬ ହଜାର ୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ଲକ୍ଷ ୮୮ ହଜାର ୨୨୩ ଜଣ ସକ୍ରିୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୧୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୨ ହଜାର ୨୭୯ରେ ପହଞ୍ଚିଛି । କରୋନାରେ ଏଯାବତ୍ ଦେଶରେ ୧ ଲକ୍ଷ ୬୫ ହଜାର ୫୪୭ ଜଣଙ୍କ ମୃତ୍ୟୁ ହୋଇଛି ।
ଦେଶରେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସହ ମୃତ୍ୟୁ ମାମଲା ସମସ୍ତଙ୍କ ନିଦ ହଜାଇ ଦେଇଛି । ଅନ୍ୟପଟେ ଦେଶରେ କୋଭିଡ୍ ଟିକାକରଣ ଜାରି ରହିଛି । ଏଯାବତ୍ ୮ କୋଟି ୩୧ ଲକ୍ଷ ୧୦ ହଜାର ୯୨୬ ଭ୍ୟାକ୍ସିନ୍ ନେଇଛନ୍ତି । ଗତ ୨୪ ଘଣ୍ଟାରେ ୪୩ ଲକ୍ଷ ୯୬୬ ଜଣଙ୍କୁ କରୋନା ଟିକା ଦିଆଯାଇଛି ।