ଦିନକରେ ଦେଶରୁ ୯୦ ହଜାରରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ, ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ସଙ୍ଗୀନ

1 min read
India reports 90,928 fresh COVID cases

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ବିଗତ ୨୪ ଘଣ୍ଟାରେ ଦେଶରେ ଆଉ ୯୦ ହଜାର ୯୨୮ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାରେ ପ୍ରାଣ ହରାଇଛନ୍ତି ୩୨୫ ଜଣ ଲୋକ । ବୁଧବାର ତୁଳନାରେ ଆଜି ଅଧିକ ୫୬.୫ ପ୍ରତିଶତ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କରୋନା ସଂକ୍ରମଣ ସହ ଦେଶରେ ବଢ଼ିଛି ଓମିକ୍ରନ୍ ମାମଲା । ଏଯାବତ୍ ଦେଶରେ ଓମିକ୍ରନର ୨୬୩୦ଟି ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଓମିକ୍ରନର ସର୍ବାଧିକ ମାମଲା ଯଥାକ୍ରମେ ୭୯୭ ଓ ୪୬୫ଟି ମାମଲା ଆସିଛି । ଓମିକ୍ରନ୍ ଆକ୍ରାନ୍ତ ୨୬୩୦ ଜଣଙ୍କ ମଧ୍ୟରୁ ୯୯୫ ଜଣ ସୁସ୍ଥ ହୋଇ ସାରିଲେଣି ।

ଦେଶରେ ବଢ଼ୁଥିବା ସଂକ୍ରମଣ ମାମଲା ମଧ୍ୟରେ ୫ ରାଜ୍ୟ ଚିନ୍ତା ବଢ଼ାଇଛନ୍ତି । ଗୋଟିଏ ଦିନରେ ମହାରାଷ୍ଟ୍ରରେ ୨୬ ହଜାର ୫୩୮ ମାମଲା ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୧୪ ହଜାର ୨୨, ଦିଲ୍ଲୀରେ ୧୦ ହଜାର ୬୬୫, ତାମିଲନାଡ଼ୁରେ ୪ ହଜାର ୮୬୨ ଓ କେରଳରୁ ୪ ହଜାର ୮୦୧ଟି ସଂକ୍ରମଣ ମାମଲା ଆସିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଗତ ୨୪ ଘଣ୍ଟାରେ ୧୯ ହଜାର ୨୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କୋଭିଡରେ ୩୨୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରୁ ସର୍ବାଧିକ ୨୫୮ ଜଣଙ୍କ ଜୀବନ ଦିନକରେ ଯାଇଛି ।

Leave a Reply