ଦେଶରେ ଗତ ୨୪ ଘଣ୍ଟାରେ ୬୮ ହଜାରରୁ ଅଧିକ ପଜିଟିଭ, ୯୮୩ ମୃତ, ୫୪ ହଜାରରୁ ଅଧିକ ଜୀବନ ନେଲାଣି ଭୂତାଣୁ

ନୂଆଦିଲ୍ଲୀ: ଅଗଷ୍ଟରେ ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଆଜି ଦିନକରେ ୬୮ ହଜାର ୮ ଶହ ୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୯ ଶହ ୮୩ ଜଣ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୫୪ ହଜାର ୮ ଶହ ୪୯ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୧ ଲକ୍ଷ ୫୮ ହଜାର ୯ ଶହ ୪୭ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ, ୬ ଲକ୍ଷ ୯୨ ହଜାର ୨୮ ଟି ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯ ଲକ୍ଷ ୫ ହଜାର ୮ଶହରେ ପହଞ୍ଚିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ତେବେ ଆଶ୍ୱସ୍ତିର ବିଷୟ ଏହା ଯେ, ମୃତ୍ୟୁହାରର ହ୍ରାସ ପାଇବା ସହ ସକ୍ରିୟ ମାମଲା ମଧ୍ୟ ଧିରେ ଧିରେ କମିବା ରେକର୍ଡ କରାଯାଉଛି। ମୃତ୍ୟୁ ହାର ୧.୮୯% କୁ ଖସିଛି। ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୨୪ ପ୍ରତିଶତକୁ କମିଛି। ଏହା ସହିତ ସୁସ୍ଥତାହାର ମଧ୍ୟ ୭୪% ବୃଦ୍ଧି ପାଇଛି । ଭାରତରେ ସୁସ୍ଥତାହାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆଇସିଏମଆର ଅନୁଯାୟୀ, ୨୦ ଅଗଷ୍ଟ ପର୍ଯ୍ୟନ୍ତ ୩ କୋଟି ୩୬ ଲକ୍ଷ କରୋନା ସାମ୍ପୁଲ୍ ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୯ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ହାର ୮ ପ୍ରତିଶତ କମ୍ ଥିବାର ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ରର ଡାକ୍ତରଖାନାରେ ୧.୫ ଲକ୍ଷରୁ ଅଧିକ ସଂକ୍ରମିତ ଲୋକେ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ, ତୃତୀୟ ସ୍ଥାନରେ ଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି। ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱରେ ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି।

Leave a Reply