୧୩୨ ଦିନ ପରେ ଦେଶରେ ୪୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ
1 min readନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣରେ ଲଗାତାର ବୃଦ୍ଧି ଘଟୁଛି । ଗତବର୍ଷ ଆଜିର ଦିନରେ କେନ୍ଦ୍ର ସରକାର ଲକଡାଉନ୍ ଲାଗୁ କରିଥିଲେ । ତେବେ ଆଜି ଯାଏ କରୋନା ଭାଇରସର ପ୍ରଭାବ କମିନି । ସଂକ୍ରମଣ ମାମଲା ପୁଣି ଥରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ୧୩୨ ଦିନ ପରେ ପ୍ରଥମଥର ଲାଗି ୪୭ ହଜାରରୁ ଅଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।
India reports 47,262 new #COVID19 cases, 23,907 recoveries, and 275 deaths in the last 24 hours, as per the Union Health Ministry
Total cases: 1,17,34,058
Total recoveries: 1,12,05,160
Active cases: 3,68,457
Death toll: 1,60,441Total vaccination: 5,08,41,286 pic.twitter.com/cMkdxVscu8
— ANI (@ANI) March 24, 2021
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ତଥ୍ୟ ଅନୁସାରେ, ବିଗତ ୨୪ ଘଣ୍ଟାରେ ଦେଶରେ ୪୭ ହଜାର ୨୬୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିୂବା ବେଳେ ୨୭୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ବିଗତ ୨୪ ଘଣ୍ଟାରେ କରୋନାରୁ ୨୩ ହଜାର ୯୦୭ ଜଣ ସୁସ୍ଥ ହୋଇଛନ୍ତି । ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ ୪୭ ହଜାର ୯୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ଏଯାବତ୍ ଦେଶରେ ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୩ ଲକ୍ଷ ୬୮ ହଜାର ୪୫୭ଟି ସକ୍ରିୟ ମାମଲା ରହିଛି । କରୋନାରେ ୧ ଲକ୍ଷ ୬୦ ହଜାର ୪୪୧ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଯାଏ ଦେଶରେ ୫ କୋଟି ୮ ଲକ୍ଷ ୪୧ ହଜାର ୨୮୬ ଜଣଙ୍କୁ କୋଭିଟ୍ ଟିକା ଦିଆଯାଇଛି ।