ଦେଶରେ କରୋନା ସଂକ୍ରମଣ ମାମଲାରେ ସାମାନ୍ୟ ବୃଦ୍ଧି
1 min readନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଗତ କିଛିଦିନ ହେଲା କମି ଆସୁଥିବା ବେଳେ ଏଥିରେ ଆଜି ସାମାନ୍ୟ ବୃଦ୍ଧି ହୋଇଛି । ବିଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୭୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୪୭ ହଜାର ୨୪୦ ଜଣ । ଏବେ ୪ ଲକ୍ଷ ୫୯ ହଜାର ୯୨୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ଦେଶରେ ସୁସ୍ଥତା ହାର ୯୭. ୧୮ ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଗତକାଲି ୯୩୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
India reports 43,733 new #COVID19 cases, 47,240 recoveries, and 930 deaths in the last 24 hours, as per the Union Health Ministry
Total cases: 3,06,63,665
Total recoveries: 2,97,99,534
Active cases: 4,59,920
Death toll: 4,04,211Total vaccinated: 36,13,23,548 pic.twitter.com/kINBbaKa8A
— ANI (@ANI) July 7, 2021
ଦେଶରେ କରୋନା ମାମଲା
ମୋଟ ସଂକ୍ରମଣ- ୩ କୋଟି ୫ ଲକ୍ଷ ୬୩ ହଜାର ୬୬୫
ମୋଟ ସୁସ୍ଥ- ୨ କୋଟି ୯୭ ଲକ୍ଷ ୫୩୪
ସକ୍ରିୟ ମାମଲା- ୪ ଲକ୍ଷ ୫୯ ହଜାର ୯୨୦