ଆଜି ବି ୪ ଲକ୍ଷ ପାର୍, ଦେଶରୁ ଆଉ ୪ ଲକ୍ଷ ୧୪ ହଜାର ୧୮୮ ପଜିଟିଭ୍
1 min readନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ମାମଲା କମିବାର ନାଁ ନେଉନି । ପ୍ରତିଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ବିଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧୪ ହଜାର ୧୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକରେ କରୋନାରେ ପ୍ରାଣ ହରାଇଛନ୍ତି ୩ ହଜାର ୯୧୫ ଜଣ । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୩୧ ହଜାର ୫୦୭ ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହା ପୂର୍ବରୁ ବୁଧବାର ଦେଶରେ ୪ ଲକ୍ଷ ୧୨ ହଜାର ୨୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ବିଶ୍ୱରେ ଚିହ୍ନଟ ମୋଟ ସଂକ୍ରମଣ ମାମଲାର ୫୦ ପ୍ରତିଶତ କେସ୍ ପ୍ରତିଦିନ ଭାରତରେ ଚିହ୍ନଟ ହେଉଛି ।
India reports 4,14,188 new #COVID19 cases, 3,31,507 discharges, and 3,915 deaths in the last 24 hours, as per Union Health Ministry
Total cases: 2,14,91,598
Total recoveries: 1,76,12,351
Death toll: 2,34,083
Active cases: 36,45,164Total vaccination: 16,49,73,058 pic.twitter.com/8sLmOnQqjz
— ANI (@ANI) May 7, 2021
ଦେଶରେ କରୋନା ମାମଲା
ମୋଟ ସଂକ୍ରମିତଙ୍କ ସଂଖ୍ୟା– ୨ କୋଟି ୧୪ ଲକ୍ଷ ୯୧ ହଜାର ୫୯୮
ମୋଟ ସୁସ୍ଥ– ୧ କୋଟି ୭୬ ଲକ୍ଷ ୧୨ ହଜାର ୩୫୧
ମୋଟ ସକ୍ରିୟ ମାମଲା– ୩୬ ଲକ୍ଷ ୪୫ ହଜାର ୧୬୪
ମୋଟ ମୃତ୍ୟୁ– ୨ ଲକ୍ଷ ୩୪ ହଜାର ୧୬୪
ମୋଟ ଟିକାକରଣ– ୧୬ କୋଟି ୪୯ ଲକ୍ଷ ୭୩ ହଜାର ୫୮ ଡୋଜ୍