ଦେଶରେ ୩ ଲକ୍ଷ ୬୨ ହଜାରରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ
1 min readନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଗୋଟିଏ ଦିନରେ ସାରା ଦେଶରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଗତ ୨୪ ଘଣ୍ଟାରେ ୩ ଲକ୍ଷ ୫୨ ହଜାର ୧୮୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୪୧୨୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଏବେ ସୁଦ୍ଧା ସାରା ଦେଶରେ ୩୭ ଲକ୍ଷ ୧୦ ହଜାର ୫୨୫ ଆକ୍ଟିଭ କେସ୍ ରହିଛି । ଏହାବ୍ୟତୀତ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୮ ହଜାର ୩୧୭ରେ ପହଞ୍ଚିଛି । ଦିନକୁ ଦିନ ସଂକ୍ରମଣ ହାର କମୁଥିବା ବେଳେ ସୁସ୍ଥତା ହାର ବି ବଢୁଛି । ଏଥିସହିତ ମୋଟ ୧ କୋଟି ୯୭ ଲକ୍ଷ ୩୪ ହଜାର ୮୨୩ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ମୋଟ୍ ୧୭, ୭୨, ୧୪, ୨୫୬ ଜଣଙ୍କୁ ଟିକାକରଣ କରାଯାଇଛି ।
India reports 3,62,727 new #COVID19 cases, 3,52,181 discharges and 4,120 deaths in the last 24 hours, as per Union Health Ministry
Total cases: 2,37,03,665
Total discharges: 1,97,34,823
Death toll: 2,58,317
Active cases: 37,10,525Total vaccination: 17,72,14,256 pic.twitter.com/2hCw318J4T
— ANI (@ANI) May 13, 2021
ଉଲ୍ଲେଖଯୋଗ୍ୟ, ଶିଶୁ ଓ ନାବାଳକଙ୍କ ଉପରେ ଟିକାର ହେବ କ୍ଲାନିକାଲ ଟ୍ରାଏଲ । ଭାରତ ବାୟୋଟେକ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ କରିବାକୁ ସବଜେକ୍ଟ ଏକ୍ସପର୍ଟ ପ୍ୟାନେଲ୍ ସୁପାରିଶ କରିଛି । ଦ୍ବିତୀୟ ଓ ତୃତୀୟ ଫେଜ୍ କ୍ଲାନିକାଲ ଟ୍ରାଏଲକୁ ଅନୁମତି ମିଳିଛି। ଏହି ଟ୍ରାଏଲ ଦିଲ୍ଲୀ ଓ ପାଟନାର ଏମ୍ସ ଓ ନାଗପୁର ସ୍ଥିତ ମେଡିଟ୍ରିନା ମେଡିକାଲ ସାଇନ୍ସ ଇନଷ୍ଟିଚ୍ୟୁଟରେ ହେବ । ଟ୍ରାଏଲ ସଫଳ ହେଲେ ୨ରୁ ୧୮ ବର୍ଷର ବର୍ଗଙ୍କୁ ମିଳିବ ଟିକା । ତେବେ ମହାରାଷ୍ଟ୍ରର ମେଦିତ୍ରିନା ମେଡିକାଲ କଲେଜରେ ବି ହେବ ଏହି ଟ୍ରାଏଲ୍। ଏହି କ୍ଲିନିକାଲ ଟ୍ରାଏଲ ୫୨୫ ସ୍ବେଚ୍ଛାସେବୀଙ୍କୁ ଉପରେ କରାଯିବ ବୋଲି ସୂଚନା ମିଳିଛି।