ଦେଶରେ ବଢୁଛି କରୋନା ସଂକ୍ରମଣ; ଦିନକରେ ୩ ଲକ୍ଷ ୪୮ ହଜାର ୪୨୧ ପଜିଟିଭ
1 min readନୂଆଦିଲ୍ଲୀ: ଦେଶରେ ଭୟଙ୍କର ଗତିରେ ମାଡ଼ି ଚାଲିଛି ସଂକ୍ରମଣର ଦ୍ବିତୀୟ ଲହରି। ଗତ ୨୪ ଘଣ୍ଟାରେ ଭାରତରେ ଚିହ୍ନଟ ହୋଇଛନ୍ତି ଆଉ ୩ ଲକ୍ଷ ୪୮ ହଜାର ୪୨୧ ପଜିଟିଭ। କରୋନାରେ ଆଉ ୪ ହଜାର ୨୦୫ ଜଣଙ୍କ ମୃତ୍ୟୁ ହୋଇଛି ।
ସେହିପରି ଦିନକରେ ସୁସ୍ଥ ହୋଇଛନ୍ତି ଆଉ ୩ ଲକ୍ଷ ୫୫ ହଜାର ୩୩୮ ସଂକ୍ରମିତ । ଏନେଇ ଟ୍ବିଟ କରି ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮ରେ ପହଞ୍ଚିଛି ।
India reports 3,48,421 new #COVID19 cases, 3,55,338 discharges and 4205 deaths in the last 24 hours, as per Union Health Ministry
Total cases: 2,33,40,938
Total discharges: 1,93,82,642
Death toll: 2,54,197
Active cases: 37,04,099Total vaccination: 17,52,35,991 pic.twitter.com/fMKoTwf0kk
— ANI (@ANI) May 12, 2021
ଏବେ ସୁଦ୍ଧା ମୋଟ ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୪ ହଜାର ୧୯୭ରେ ପହଞ୍ଚିଛି । ଏବେବି ସାରା ଦେଶରେ ୩୭ ଲକ୍ଷ ୦୪ ହଜାର ୦୯୯ ସକ୍ରିୟ ମାମଲା ରହିଛି।
ସେହିପରି ଆଜି ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ମାମଲା ୧୦ ହଜାର ଟପିଛି । ଆଜି ଗୋଟିଏ ଦିନରେ ରାଜ୍ୟରୁ ୧୦ ହଜାର ୯୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।