ଦୈନିକ ସଂକ୍ରମଣରେ ଆମେରିକାକୁ ଟପିଲା ଭାରତ, ଦେଶରେ ପ୍ରଥମ ଥର ଲାଗି ୩.୩୨ ଲକ୍ଷ ପଜିଟିଭ୍
1 min readନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲାରେ ଆମେରିକାକୁ ଟପିଲା ଭାରତ । ବିଶ୍ୱରେ କରୋନା ଦୈନିକ ସଂକ୍ରମଣର ସର୍ବାଧିକ ମାମଲା ଭାରତରେ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ତାଜା ତଥ୍ୟ ଅନୁସାରେ, ବିଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୨ ହଜାର ୭୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨୬୩ ଜଣଙ୍କ ମୃତ୍ୟୁ ହୋଇଛି । ୧ ଲକ୍ଷ ୯୩ ହଜାର ୨୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ପୂର୍ବରୁ ବୁଧବାର ଦେଶରେ ୩ ଲକ୍ଷ ୧୪ ହଜାର ୮୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜାନୁଆରୀ ୮ ତାରିଖରେ ଆମେରିକାରେ ଦିନକରେ ସର୍ବାଧିକ ୩ ଲକ୍ଷ ୭ ହଜାର ମାମଲା ଚିହ୍ନଟ ହୋଇଥିଲା ।
India reports 3,32,730 new #COVID19 cases, 2,263 deaths and 1,93,279 discharges in the last 24 hours, as per Union Health Ministry
Total cases: 1,62,63,695
Total recoveries: 1,36,48,159
Death toll: 1,86,920
Active cases: 24,28,616Total vaccination: 13,54,78,420 pic.twitter.com/LKQMB5pUOE
— ANI (@ANI) April 23, 2021
ଦେଶରେ କରୋନା ସ୍ଥିତି
ମୋଟ କରୋନା ପଜିଟିଭ୍- ୧ କୋଟି ୬୨ ଲକ୍ଷ ୬୩ ହଜାର ୬୯୫
ମୋଟ ଆରୋଗ୍ୟ- ୧ କୋଟି ୩୬ ଲକ୍ଷ ୪୮ ହଜାର ୧୫୯
ସକ୍ରିୟ ସଂକ୍ରମଣ ମାମଲା- ୨୪ ଲକ୍ଷ ୨୮ ହଜାର ୬୧୬
ମୋଟ କରୋନା ମୃତ୍ୟୁ- ୧ ଲକ୍ଷ ୮୬ ହଜାର ୯୨୦
ମୋଟ ଟିକାକରଣ- ୧୩ କୋଟି ୫୪ ଲକ୍ଷ ୭୮ ହଜାର ୪୨୦
ଗତ ୨୪ ଘଣ୍ଟାରେ ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୬୭ ହଜାର ୧୩ଟି ମାମଲା ଆସିଛି । କୋଭିଡରେ ୫୬୮ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ହଜାରରୁ ଅଧିକ ସଂକ୍ରମଣ ମାମଲା ଆସିଛି ।