ଦେଶରେ କାୟା ମେଲାଉଛି କରୋନା, ଦିନକରେ ୩ ଲକ୍ଷ ୬୮ ହଜାର ୧୪୭ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ମେଲାଉଛି କରୋନା। ଦ୍ରୁତ ଗତିରେ ମାଡ଼ିଚାଲିଛି ସଂକ୍ରମଣର ଦ୍ବିତୀୟ ଲହରି। ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୩ ଲକ୍ଷ ୬୮ ହଜାର ୧୪୭ ସଂକ୍ରମିତ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ  ବିଭାଗର ସୂଚନା ଅନୁଯାୟୀ, କରୋନା ସଂକ୍ରମଣରେ ୩ ହଜାର ୪୧୭ ଜଣଙ୍କ ଜୀବନ ନେଇଛି ମହାମାରୀ। ସେହିପରି ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ଆଉ ୩ ଲକ୍ଷ ୭୩୨ ସଂକ୍ରମିତ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୯ ଲକ୍ଷ ୨୫ ହଜାର ୬୦୪ରେ ପହଞ୍ଚିଥିବା ବେଳେ ସୁଦ୍ଧା ମୋଟ ୧ କୋଟି ୬୨ ଲକ୍ଷ ୯୩ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି।

ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୮ ହଜାର ୯୫୯ରେ ପହଞ୍ଚିଥିବା ବେଳେ ୩୪ ଲକ୍ଷ ୧୩ ହଜାର ୬୪୨ ସକ୍ରିୟ ମାମଲା ରହିଛି। ସେହିପରି ୯ ରାଜ୍ୟରେ ସ୍ଥିତି ଉଦବେଗଜନକ ରହିଛି । ଦିଲ୍ଲୀ, ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ, କେରଳ, ଗୁଜରାଟ ଓ ଛତିଶଗଡରେ ସଂକ୍ରମଣର ଭୟ ଢେର ଅଧିକ ରହିଛି । ପରିସ୍ଥିତିକୁ ଲକ୍ଷ୍ୟ କରି ଲକଡାଉନ୍, ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ଲାଗୁ କରିଛନ୍ତି ପ୍ରଭାବିତ ରାଜ୍ୟ ସହ ଅନ୍ୟ ରାଜ୍ୟମାନେ । ହରିୟାଣାରେ ଆଜିଠୁ ଲାଗୁ ହେଉଛି ସାତ ଦିନିଆ ଲକଡାଉନ୍।

Leave a Reply