ଦେଶରେ ବେକାବୁ ମହାମାରୀ କରୋନା, ଦିନକରେ ୨.୭୩ ଲକ୍ଷ ନୂଆ ମାମଲା
1 min readନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି କରୋନା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୩ ହଜାର ୮୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାରେ ୧୬୧୯ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୪ ହଜାର ୧୭୮ ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହା ପୂର୍ବରୁ ଶନିବାର ଦେଶରେ ୨ ଲକ୍ଷ ୬୧ ହଜାର ୫୦୦ ନୂଆ ମାମଲା ଆସିଥିଲା ।
India reports 2,73,810 new #COVID19 cases, 1,619 fatalities and 1,44,178 discharges in the last 24 hours, as per Union Health Ministry
Total cases: 1,50,61,919
Active cases: 19,29,329
Total recoveries: 1,29,53,821
Death toll: 1,78,769Total vaccination: 12,38,52,566 pic.twitter.com/gseG8on7Oe
— ANI (@ANI) April 19, 2021
ଦେଶରେ କରୋନା ସ୍ଥିତି
ମୋଟ କରୋନା ସଂକ୍ରମିତ ମାମଲା- ୧ କୋଟି ୫୦ ଲକ୍ଷ ୬୧ ହଜାର ୯୧୯
ମୋଟ ସୁସ୍ଥ- ୧ କୋଟି ୨୯ ଲକ୍ଷ ୫୩ ହଜାର ୮୨୧
ମୋଟ ସକ୍ରିୟ ମାମଲା- ୧୯ ଲକ୍ଷ ୨୯ ହଜାର ୮୨୧
ମୋଟ ମୃତ୍ୟୁ- ୧ ଲକ୍ଷ ୭୮ ହଜାର ୭୬୯
ଦେଶରେ ମହାରାଷ୍ଟ୍ର ପରେ ଗୁଜରାଟ, ଦିଲ୍ଲୀ, ପଞ୍ଜାବ, ଛତିଶଗଡ଼, କର୍ଣ୍ଣାଟକ ଆଦି ରାଜ୍ୟ ଚିନ୍ତା ବଢ଼ାଉଛନ୍ତି । ମହାରାଷ୍ଟ୍ରରେ ରବିବାର ୬୮ ହଜାର ୬୩୧ ମାମଲା ଚିହ୍ନଟ ହୋଇଥିବା ବେଳେ ୫୦୩ ଜଣଙ୍କ ମୃତ୍ୟୁ ହୋଇଛି । ମେ ୧ ତାରିଖ ଯାଏ ରାଜ୍ୟରେ ୧୪୪ ଧାରା ଲାଗୁ ହୋଇଛି ।