ଚିନ୍ତା ବଢ଼ାଉଛି କରୋନା, ଦିନକରେ ୨ ଲକ୍ଷ ୫୯ ହଜାର ୧୭୦ ପଜିଟିଭ
1 min readନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ୫୯ ହଜାର ୧୭୦ ଜଣ ଆକ୍ରାନ୍ତ । ଏଥିସହିତ ଭାଇରସରେ ୧୭୬୧ ଜଣଙ୍କର ଜୀବନ ଯାଇଛି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ସାରା ଦେଶରେ କରୋନାରେ ସଂକ୍ରମିତ ହେଲେଣି ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯ ଜଣ ଆକ୍ରାନ୍ତ।
India reports 2,59,170 new #COVID19 cases, 1,761 deaths and 1,54,761 discharges in the last 24 hours, as per Union Health Ministry
Total cases: 1,53,21,089
Total recoveries: 1,31,08,582
Death toll: 1,80,530
Active cases: 20,31,977Total vaccination: 12,71,29,113 pic.twitter.com/3pNdIGZVdy
— ANI (@ANI) April 20, 2021
ସେହିପରି ଏଯାଏଁ ସୁସ୍ଥ ହେଲେଣି ୧ କୋଟି ୩୧ ଲକ୍ଷ ୦୮ ହଜାର ୫୮୨ ଜଣ ଆକ୍ରାନ୍ତ। କରୋନାରେ ସାରା ଦେଶରେ ୧ ଲକ୍ଷ ୮୦ ହଜାର ୫୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୩୧ ହଜାର ୯୭୭ ଜଣ ଆକ୍ରାନ୍ତଙ୍କର ଚାଲିଛି ଚିକିତ୍ସା । ଅପରପକ୍ଷେ ୧୨ କୋଟି ୭୧ ଲକ୍ଷ ୨୯ ହଜାର ୧୧୩ ଜଣଙ୍କୁ ଦିଆଯାଇଛି ଭ୍ୟାକ୍ସିନ।