କମୁଛି କରୋନା ଗ୍ରାଫ୍, ଦେଶରେ ଦିନକରେ ୧ ଲକ୍ଷ ୬୩୬ ପଜିଟିଭ

1 min read

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଗ୍ରାଫ୍ କମୁଛି। ଗତ ୨୪ ଘଣ୍ଟାରେ ୧ଲକ୍ଷ ୬୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଦିନକରେ ୧,୦୦,୬୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ହଜାର ୪୨୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୪୯ହଜାର ୧୮୬ ପାର୍ କରିଛି ।

ସେହିପରି ଗୋଟିଏ ଦିନରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି ୧ ଲକ୍ଷ ୭୪ ହଜାର ୩୯୯ ଆକ୍ରାନ୍ତ। ନୂଆ ଆକ୍ରାନ୍ତକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯ ହଜାର ୯୭୫ ପାର୍ କରିଛି। ଏବେ ସୁଦ୍ଧା ସାରା ଦେଶରେ ୨୩ କୋଟି ୨୭ ଲକ୍ଷ ୮୬ ହଜାର ୪୮୨ ଲୋକଙ୍କୁ କରୋନା ଟିକା ଦିଆ ସରିଛି।

Leave a Reply