ବେକାବୁ କରୋନା: ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୬ ହଜାର ସଂକ୍ରମିତ ଚିହ୍ନଟ

Corona

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା ଭୂତାଣୁ। ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୧ ଲକ୍ଷ ୬୮ହଜାର ୯୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଗୋଟିଏ ଦିନରେ ୯୦୪ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ୨୪ ଘଣ୍ଟାରେ ୭୫ହଜାର ୮୬ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ତେବେ ଏଥିସହ ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୧୨ଲକ୍ଷ ୧ ହଜାର ୯ ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୭୦ହଜାର ୧୭୯ରେ ପହଞ୍ଚିଲାଣି । ଦୈନିକ ସଂକ୍ରମଣରେ ବ୍ରାଜିଲ ସବୁଠୁ ଆଗରେ ରହିଥିବା ବେଳେ ଦ୍ୱିତୀୟ ରହିଛି ଭାରତ । ସଂକ୍ରମିତଙ୍କ ସଂଖା ବଢୁଥିବା ବେଳେ ସୁସ୍ଥତା ହାର କମୁଛି । ଏବେ ଦେଶରେ ସୁସ୍ଥତା ହାର ୯୦ ପ୍ରତିଶତ ରହିଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ଅନ୍ୟପଟେ ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେଉଥିବାରୁ ସମ୍ପୁର୍ଣ୍ଣ ଲକ୍‌ଡାଉନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ସେପଟେ ଦିଲ୍ଲୀରେ ବି କରୋନା ସଂକ୍ରମଣ ତୀବ୍ର ଗତିରେ ବଢୁଛି । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଆଜି ଦିନ ୧୨ଟା ବେଳେ ସମୀକ୍ଷା ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପୂର୍ବରୁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଆଜି ଆଉ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ଦିଲ୍ଲୀ ସରକାର ।

Leave a Reply