spot_img

Latest Posts

କରୋନାରେ ଲାଗୁନି ବ୍ରେକ: ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଡରାଉଛି ଦ୍ୱିତୀୟ ଲହର। କରୋନା କହରରେ ପ୍ରତିଦିନ ସଂକ୍ରମଣ ରେକର୍ଡ଼ ଭାଙ୍ଗୁଥିବା ବେଳେ ମୃତ୍ୟୁ ହାରରେ ରୋକ ଲାଗୁନି । ଗତ ସପ୍ତାହେ ଧରି ଲକ୍ଷେ ପାର କରୁଛି ଦୈନିକ ସଂକ୍ରମଣ । ଆଜି ଦେଶରେ ୧ ଲକ୍ଷ ୬୧ହଜାର ୭୩୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ଅନୁସାରେ ସୁସ୍ଥତା ହାର ବଢୁ ନଥିବାରୁ ଚିନ୍ତା ବଢ଼ିଛି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୮୭୯ଜଣ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ। ଦେଶରେ କରୋନା ଆକ୍ଟିଭ କେସ୍ ୧୨ଲକ୍ଷ ୬୪ହଜାର ୬୯୮ ରହିଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୧ହଜାର ୫୮ରେ ପହଞ୍ଚିଛି । ଗତକାଲି ୧୪ ଲକ୍ଷ ୧୨୨ ସାମ୍ପଲ ଟେଷ୍ଟ ଟେଷ୍ଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟସୂଚନା ଦେଇଛି। ବିଶେଷ କରି ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ ଆଦି ୮ଟି ରାଜ୍ୟରେ କରୋନା ଭୟଙ୍କର ସ୍ଥିତିରେ ପହଞ୍ଚିଛି।

ଗୁଜୁରାଟର ଅହମ୍ମଦାବାଦରେ କରୋନା ରୋଗୀଙ୍କ ସଂଖ୍ୟା ତୀବ୍ର ଗତିରେ ବଢୁଥିବା ବେଳେ ହସ୍ପିଟାଲରେ ବେଡ୍‌ ଫୁଲ୍‌ ହେବା ଲାଗିଛି। ସେହିଭଳି ରାଜଧାନୀ ଦିଲ୍ଲୀରେ ବି ଦିଦକୁ ଦିନ ଗମ୍ଭୀର ହେଉଛି ସ୍ଥିତି। ହସ୍ପିଟାଲରେ ବେଡ୍‌ ଅଭାବ ଦେଖାଦେଇଥିବା ବେଳେ କଟକଣା କଡ଼ାକଡ଼ି କରିଛନ୍ତି ଦିଲ୍ଲୀ ସରକାର। ସଂକ୍ରମଣ ବଢୁଥିବା କାରଣରୁ କେତେକ ମେଟ୍ରୋ ଷ୍ଟେସନରେ ଏଣ୍ଟ୍ରି ବନ୍ଦ କରିଦିଆଯାଇଛି। ଲକ୍ଷ୍ନୌରେ ବି ସ୍ଥିତି ବିଗୁଡ଼ୁଥିବାରୁ ଲକ୍‌ଡାଉନ ଲାଗୁ କରିବା ନେଇ ଆଲୋଚନା କରୁଛନ୍ତି ରାଜ୍ୟ ସରକାର।

Latest Posts

Don't Miss