ଦେଶରେ ଦେଢ଼ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା ଭୂତାଣୁ । ଦେଢ଼ ଲକ୍ଷ ଟପିଲା ଦୈନିକ କରେନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୫୨ ହଜାର ୮୭୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ୮୩୯ ଜଣକ ମୃତ୍ୟୁ ହୋଇଛି । ଅନ୍ୟପଟେ ୯୦ ହଜାର ୫୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ୫୮ ହଜାର ୮୦୫ରେ ଥିବାବେଲେ ଆକଟିଭ୍ କେସ୍ ରହିଛି ୧୦ ଲକ୍ଷ ୪୬ ହଜାର ୬୩୧।

ମହାରାଷ୍ଟ୍ରରେ ସ୍ଥିତି ସାଂଘାତିକ ରୂପ ନେବାରେ ଲାଗିଛି । ଗୁଜରାଟ, ଛତିଶଗଡ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରୁ ଦୈନିକ ହଜାର ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦେଶରେ ଆକ୍ଚିଭ୍ କେସ୍ ୮ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧ ଦଶମିକ ୨୭ ପ୍ରତିଶତ ରହିଛି । ସେହିଭଳି ସୁସ୍ଥ ହାର ରହିଛି ୯୧ ପ୍ରତିଶତ । ଏପଟେ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି । ଦେଶରେ ଏଯାବତ୍ ୧୦ କୋଟି ୧୫ ଲକ୍ଷ ୯୫ ହଜାର ୧୪୭ ଡୋଜ୍ ଟିକା ଦିଆସରିଛି।

Leave a Reply