ବେକାବୁ ହେଉଛି କରୋନା: ଦିନକରେ ୧ ଲକ୍ଷ ୪୫ ହଜାର ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ବେକାବୁ ହେଲାଣି କରୋନା ସଂକ୍ରମଣ । କୋରନାର ଦ୍ୱିତୀୟ ଲହର ଦେଶ ପାଇଁ ଘାତକ ପ୍ରମାଣିତ ହେଉଛି । ଗତ ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୪୫ହଜାର ୩୮୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କରୋନାରେ ଦିନକରେ ଦେଶରେ ୭୯୪ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ୨୪ଘଣ୍ଟାରେ ୭୭ହଜାର ୫୬୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଦେଶରେ ମୋଟ୍ ଆକ୍ଟିଭ କେସ୍ ୧୦ଲକ୍ଷ ୪୬ହଜାର ୬୩୧ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୬୮ହଜାର ୪୩୬ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟ୍ୱିଟ୍ ଯୋଗେ ସୂଚନା ଦେଇଛି।

ଲଗାତାର ୪ ଦିନ ହେବ କରୋନା ସଂକ୍ରମଣ ୧ ଲକ୍ଷ ଉପରେ ରହୁଛି । ତେଣୁ ଏହାକୁ ନେଇ ଦେଶରେ ଚିନ୍ତା ବଢ଼ିଛି। କରୋନାର ପ୍ରଥମ ଲହର ଆମେରିକା ପାଇଁ ସବୁଠୁ ଅଧିକ ଘାତକ ଥିଲା । ହେଲେ ଏହାର ଦ୍ୱିତୀୟ ଲହର ଭାରତ ପାଇଁ ସବୁଠୁ ଅଧିକ ଘାତକ ହେଉଥିବା ଦେଖିବାକୁ ମିଳିଛି। କରୋନାର ଏହି ଦ୍ୱିତୀୟ ଲହରରେ, ସକ୍ରିୟ ରୋଗୀଙ୍କ ସଂଖ୍ୟା ମାତ୍ର ୫୭ ଦିନରେ୧୦ ଲକ୍ଷ  ଅତିକ୍ରମ କରିସାରିଲାଣି। ଯାହାକି  ପ୍ରଥମ ଲହରରେ  ଅତିକ୍ରମ କରିବାକୁ ୯୮ ଦିନ ସମୟ ଲାଗିଥିଲା।

ଏଥି ସହିତ, ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଜୋରସୋର୍ ରେ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ଲକ୍ଷ ୧୫ ହଜାର ୫୫ ଜଣଙ୍କୁ ଟିକା ଦିଆଯାଇଛି। ତେବେ ଏଥିସହିତ ଏପର୍ଯ୍ୟନ୍ତ ଦେଶରେ ସମୁଦାୟ ୯୮ ଲକ୍ଷ ୭୫ ହଜାର ୧୬୦ ଜଣ ଲୋକ ଟିକା ନେଇସାରିଲେଣି।

 

Leave a Reply