spot_img

Latest Posts

ଦେଶରେ ୧୦ ଦିନ ଭିତରେ ଟିକାକରଣ ଆରମ୍ଭ

ନୂଆଦିଲ୍ଲୀ:  ୧୦ ଦିନ ଭିତରେ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି  କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ।

ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଏକ ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣଙ୍କ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଲଗାତାର ୩୯ ଦିନ ହେବ କରୋନା ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟକ ସୁସ୍ଥ ହେଉଛନ୍ତି । ନିକଟରେ ଡିସିଜିଆଇ ୨ଟି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଥିଲେ ।

ପରେ ଦେଶର ହୋଇଥିବା  ଟିକାର ଡ୍ରାଏ ରନ୍ ମଧ୍ୟ ସଫଳ ହୋଇଛି । ଯେଉଁଥିପାଇଁ ସରକାର ଜାନୁଆରି ୧୩ ତାରିଖରେ କରୋନା ଟିକାର ପ୍ରଥମ ଡୋଜ୍ ଦେଶବାସୀଙ୍କୁ ମିଳିବା ନେଇ ସଙ୍କେତ ଦେଇଛନ୍ତି ।

ପ୍ରାରମ୍ଭିକ ଭାବେ ୩ କୋଟି କରୋନା ଯୋଦ୍ଧାଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, କରୋନା ବିରୋଧରେ ସାରା ଦେଶ ଲଢେଇ କରୁଥିବା ବେଳେ ଭାରତରେ ଦୁଇଟି ଟିକାକୁ ଅନୁମୋଦନ ମିଳିଛି । DCGI ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନକୁ ମଞ୍ଜୁରୀ ଦେଇଥିଲେ ।

ନୂଆବର୍ଷରେ ପ୍ରଥମେ କୋଭିସିଲ୍ଡକୁ ଅନୁମତି ମିଳିଥିଲା ବେଳେ ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ ଅନୁମତି ଦିଆଯାଇଥିଲା । ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ପ୍ୟାନେଲ କୋଭାକ୍ସିନର କେବଳ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ।

ଟିକା ବ୍ୟବହାର ନେଇ ଅନୁମୋଦନ ମିଳିବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କୋଭିଶିଲ୍ଡ ଅନୁମୋଦନ ପାଇବା ପରେ ଖୁସି ବ୍ୟକ୍ତ କରିଥିଲେ। କରୋନା ବିରାେଧରେ ଦେଶବାସୀ ଲଢେଇ ଜାରି ରଖିଥିବା ବେଳେ ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପରେ ଜନସାଧାରଣ ଆଶ୍ୱସ୍ତୀ ଅନୁଭବ କରିଛନ୍ତି ।

ସେହିପରି ୨ ଟିକାର ବ୍ୟବହାରକୁ ଅନୁମତି ଦେବା ପରେ ଡିସିଜିଆଇ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଟିକା ୧୧୦% ସୁରକ୍ଷିତ । କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ସ୍ୱାଭାବିକ । ଜର ହେବା, ଆଲର୍ଜି ଓ ଦରଜ କରିବା ଏଭଳି ପାର୍ଶ୍ୱ ପ୍ରତିକ୍ରିୟା ପ୍ରାୟ ସମସ୍ତ ଭ୍ୟାକ୍ସିନରେ ଦେଖାଯାଇଥାଏ ।  ଲୋକଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ଡିସିଜିଆଇ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରକାର ବି ଅସୁବିଧା ଥିଲେ ଟିକାକୁ ଅନୁମତି ଦିଆଯିବ ନାହିଁ ।

Latest Posts

Don't Miss