spot_img

Latest Posts

ଜାମ୍ମୁ କାଶ୍ମୀରରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ

ଶ୍ରୀନଗର : ଜାମ୍ମୁ କାଶ୍ମୀର ଗସ୍ତରେ ଯାଉଛନ୍ତି ସ୍ଥଳସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସେନା। ଲଗାତର ୬ ଦିନ ହେଲାଣି ଆତଙ୍କୀଙ୍କୁ ଧରିବାକୁ ଚାଲିଛି ମାରାଥନ ଅପରେସନ । ହେଲିକପ୍ଟରରେ ଆକାଶ ମାର୍ଗରୁ ଛାନବିନ କରାଯାଉଛି । ସେହିପରି ଡ୍ରୋନ ଜରିଆରେ ମଧ୍ୟ ସର୍ଭେଲାନ୍ସ ଚାଲିଛି।

ଏହି ପରିସ୍ଥିତିରେ ଯବାନଙ୍କ ମନୋବଳ ବୃଦ୍ଧି ସହ ସ୍ଥିତିର ସମୀକ୍ଷା ଲାଗି ଆଜି ଜାମ୍ମୁ କାଶ୍ମୀର ଗସ୍ତ କରୁଛନ୍ତି ସ୍ଥଳସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ। ଜାମ୍ମୁ କାଶ୍ମୀରରେ ଆତଙ୍କୀ ମୁକାବିଲାକୁ ଆହୁରି ଜୋରଦାର କରିବାକୁ ନେଇ ସ୍ଥିତିର ସମୀକ୍ଷା କରିବେ ସେନାମୁଖ୍ୟ । ରାଜୌରୀ ଅଂଚଳରେ ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ହମଲାର ମଧ୍ୟ ସମୀକ୍ଷା କରିବେ । ସେନାବାହିନୀ ପକ୍ଷରୁ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଗତ ଗୁରୁବାର ଦିନ ସେନାର ଯବାନଙ୍କ ଉପରେ ହମଲାରେ ୪ ଯବାନ ସହିଦ ହୋଇଥିଲେ । ଏହାପରଠାରୁ ଆତଙ୍କୀଙ୍କୁ ଠାବ କରିବାକୁ ଚାଲିଛି ସେନାର ମାରାଥନ ଅପରେସନ ।

Latest Posts

Don't Miss