ଭାରତ-ବାଂଲାଦେଶ ମ୍ୟାଚ୍‌କୁ ଗ୍ରୀନ ସିଗନାଲ

1 min read

ଭାରତ ଏବଂ ବାଂଲାଦେଶ ମ୍ୟାଚ୍‌କୁ ନେଇ ବିସିଆଇର ଗ୍ରୀନ ସିଗନାଲ । ଦିଲ୍ଲୀରେ ଖରାପ ପ୍ରଦୂଷଣକୁ ଯୋଗୁଁ ମ୍ୟାଚ୍‌ ଖେଳାଯିବା ନେଇ ଆଶଙ୍କା ସୃଷ୍ଟିହୋଇଥିଲା । କିନ୍ତୁ ସେଥିରେ ଏବେ ବିରାମ ଲାଗିଛି । ଏହି ମ୍ୟାଚ୍‌ ଟି-୨୦ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଭାରତ ଓ ବାଂଲାଦେଶ ମଧ୍ୟରେ ସିରିଜର ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ରାଜଧାନୀ ଦିଲ୍ଲୀରେ ହିଁ ଖେଳାଯିବ ନେଇ ବିସିସିଆଇ ସ୍ପଷ୍ଟ କରିଛି । ବିସିସିଆଇ ପକ୍ଷରୁ କୁହାଯାଇଛି, ଆମେ ଦିଲ୍ଲୀ ପଲ୍ୟୁସନ୍ କଣ୍ଟ୍ରୋଲ୍ କମିଟିଠାରୁ ଅନୁମତି ନେଇସାରିଛୁ ଏବଂ ସେମାନେ କହିଛନ୍ତି, “ନଭେମ୍ବର ୩ ତାରିଖରେ ଦିଲ୍ଲୀର ବାତାବରଣ ସଫା ରହିବ । ଏଥିପାଇଁ ସେମାନଙ୍କ ପରାମର୍ଶ ପରେ ମ୍ୟାଚ୍ ଦିଲ୍ଲୀରେ କରାଇବା ପାଇଁ ନିଷ୍ପତ୍ତି ନେଇଛୁ । ବର୍ତ୍ତମାନ ସବୁକିଛି ଫାଇନାଲ୍ ହୋଇସାରିଛି ଏବଂ ଆମକୁ ଲାଗୁନି ଯେ ଏଥିରେ କୌଣସି ପରିବର୍ତ୍ତନ ହେବ।”

')}

Leave a Reply