ଫ୍ରାନ୍ସରେ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଅଟକ

1 min read

ନନ୍ଦିଘୋଷ ବ୍ୟୁରୋ: ଫ୍ରାନ୍ସରେ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଅଟକ। ଫ୍ରାନ୍ସରୁ ନିକାରାଗୁଆ ଅଭିମୁଖେ ଯାଉଥିଲା ଏହି ବିମାନ। ବିମାନରେ ୩୦୩ ଯାତ୍ରୀ ଅଛନ୍ତି । ମାନବ ଚାଲାଣ ଅଭିଯୋଗ ସନ୍ଦେହ କରି ବିମାନକୁ ଅଟକାଇଛନ୍ତି ଫ୍ରାନ୍ସ କର୍ତ୍ତୃପକ୍ଷ । ବିମାନରେ ଥିବା ୨ ବ୍ୟକ୍ତିଙ୍କୁ ଅଟକ ରଖି ଫ୍ରାନ୍ସ ପୋଲିସ ପଚରାଉଚରା କରୁଛି। ମାମଲାର ନ୍ୟାୟିକ ତଦନ୍ତ ଚାଲିଥିବା ଫ୍ରାନ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛି । ରୋମାନିଆର ବିମାନ ଏୟାରବସ୍ ଏ-୩୪୦ ୟୁ୍ଏଇରୁ ଭାରତୀୟ ଯାତ୍ରୀଙ୍କୁ ନେଇ ନିକାରାଗୁଆ ଅଭିମୁଖେ ଉ୍ଡ଼ାଣ ଭରିଥିଲା । ତେବେ ବିମାନରେ କିଛି ବୈଷୟିକ ତ୍ରୁଟି ଦେଖାଦେବା ପରେ ଫ୍ରାନ୍ସର ଭାଟ୍ରି ଏୟାରପୋର୍ଟରେ ବିମାନର ଅବତରଣ କରିଥିଲା ।

ବିମାନ ଓହ୍ଲାଇବା ପରେ ଫ୍ରାନ୍ସ କର୍ତ୍ତୃପକ୍ଷ ବିମାନ ଭିତରେ ଯାଞ୍ଚ କରିବାବେଳେ ମାନବ ଚାଲାଣ ସନ୍ଦେହ କରିଥିଲେ । ଏହାପରେ ଲୋକଙ୍କୁ ଚାଲାଣ କରାଯାଉଥିବା ସନ୍ଦେହରେ ୨ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଫ୍ରାନ୍ସ ପୋଲିସ । ତେବେ ବିମାନରେ ଥିବା ଭାରତୀୟଙ୍କ ସହାୟତା ଲାଗି ଫ୍ରାନ୍ସରେ ଥିବା ଭାରତୀୟ ରାଷ୍ଟ୍ରଦୂତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଧିକାରୀ ପହଞ୍ଚିଛନ୍ତି। ବିମାନରେ ଥିବା ଯାତ୍ରୀ ନିକାରାଗୁଆରୁ ବେଆଇନ ଭାବେ ଆମେରି୍କା ଏବଂ କାନାଡାକୁ ପ୍ରବେଶ କରିବାକୁ ସନ୍ଦେହ କରୁଛି ଫ୍ରାନ୍ସ । ସେପେଟ ତଦନ୍ତ ଚାଲିଥିବାରୁ ସମସ୍ତ ଯାତ୍ରୀଙ୍କୁ ବିମାନବନ୍ଦରରେ ରହିବାକୁ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ଯାତ୍ରୀଙ୍କୁ ପ୍ରଥମେ ୪ ଦିନ ପରେ ୨୬ ଦିନ ପର୍ଯ୍ୟନ୍ତ କୌଣସି ବିଦେଶୀ ଯାତ୍ରୀଙ୍କୁ ତଦନ୍ତ ଲାଗି ଅଟକ ରଖିପାରିବେ ।