ପିସିବିର ସଂକେତ; ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ କ୍ରିକେଟ୍ ସିରିଜ୍

1 min read

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୨-୧୩ ପରଠାରୁ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ । ୨୦୧୩ ପରଠାରୁ ଏହି ଦୁଇ ଦଳ କେବଳ ଏସିଆ କପ ଓ ଆଇସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପରର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ପାକିସ୍ତାନ ମିଡିଆକୁ ଯଦି ବିଶ୍ୱାସ କରାଯାଏ ତେବେ ତେବେ ଚଳିତ ବର୍ଷ ଭାରତ ଓ ପାକିସ୍ତାନ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଅନୁଷ୍ଠିତ ହେବ । ପାକିସ୍ତାନୀ ମିଡିଆ ଅନୁସାରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଉଚ୍ଚ ଅଧିକାରୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆଗାମୀ ଦିନରେ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ବୋଲି ସୂଚନା ଦେଇଛନ୍ତି । ସୀମାପାର ଆତଙ୍କବାଦ କାରଣରୁ ଭାରତ ପାକିସ୍ତାନ ସହ ଦ୍ୱିପାକ୍ଷିକ ମ୍ୟାଚ୍ ଖେଳୁ ନାହିଁ । ଏହି କାରଣରୁ ଗତ ୯ ବର୍ଷ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ଗୋଟିଏ ମଧ୍ୟ ମ୍ୟାଚ୍ ଖେଳା ଯାଇନାହିଁ ।

ଶେଷଥର ପାଇଁ ୨୦୧୨-୧୩ରେ ଦୁଇ ଦେଶର କ୍ରିକେଟ୍ ଟିମ୍ ପଡିଆରେ ମୁହାଁମୁହିଁ ହୋଇଥିଲେ । ଏହି ୯ ବର୍ଷ ମଧ୍ୟରେ ଅନେକ ଥର ଭାରତ ପାକିସ୍ତାନ ମଧ୍ୟରେ ପୁଣିଥରେ କ୍ରିକେଟ୍ ସମ୍ପର୍କ ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲା । କିନ୍ତୁ ପୁଲୱାମା ହମଲା ପରଠାରୁ କ୍ରିକେଟ୍ ଫ୍ୟାନ୍ ଓ ଅନେକ ବରିଷ୍ଠ ଖେଳାଳୀ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ବୟକଟ କରିବାକୁ ଦାବି କରିଥିଲେ । ଭାରତୀୟ ଫ୍ୟାନଙ୍କ ଦାବି ଆଗରେ ଶେଷରେ ବିସିସିଆଇକୁ ମୁଣ୍ଡ ନୋଇଁବାକୁ ପଡିଥିଲା ।

ତେବେ ପାକିସ୍ତାନୀ ଖବର କାଗଜ ‘ଜଙ୍ଗ୍’ ଅନୁସାରେ ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ତିନୋଟି ଟି ଟ୍ୱଣ୍ଟି ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଛି । ଜଙ୍ଗ୍ ଅନୁସାରେ ପାକିସ୍ତାନୀ କ୍ରିକେଟ୍ ଟିମକୁ ମ୍ୟାଚ୍ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଯଦି ସବୁକିଛି ଠିକ୍ ରୁହେ ତେବେ କୌଣସି ସମୟରେ ମଧ୍ୟ ୬ ଦିନ ଭିତରେ ତିନୋଟି ମ୍ୟାଚ୍ ଖେଳାଯାଇପାରେ । ତେବେ ଭାରତ ସରକାର କିମ୍ବା ବିସିସିଆଇ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ତେବେ ଭାରତ ସରକାରଙ୍କ ସିଧାସଳଖ କହିବା ହେଉଛି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଶେଷ ହୋଇନାହିଁ ସେପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ କ୍ରିକେଟ ସମ୍ପର୍କ ସ୍ଥାପନର କୌଣସି ସମ୍ଭାବନା ନାହିଁ ।

Leave a Reply