spot_img

Latest Posts

ପାକିସ୍ତାନ ସହ ସମସ୍ତ ବାଣିଜ୍ୟ କାରବାର ବନ୍ଦ କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଏଫେକ୍ଟ। ପାକିସ୍ତାନ ସହ ସମସ୍ତ ବାଣିଜ୍ୟ କାରବାର ବନ୍ଦ କଲା ଭାରତ। ଆଜିଠାରୁ ବନ୍ଦ ରହିବ ସମସ୍ତ ବାଣିଜ୍ୟ ଓ ରପ୍ତାନୀ କାରବାର। ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ରପ୍ତାନୀ, ଆମଦାନୀ ବନ୍ଦ କରିଛି ଭାରତ। ବାଣିଜ୍ୟ ମନ୍ତ୍ରାଳୟର ନିଷ୍ପତ୍ତି ପରେ ନିର୍ଦ୍ଦେଶନାମା ଜାରି କରିଛି ବାଣିଜ୍ୟ ମନ୍ତ୍ରାଳୟ ମହାନିର୍ଦ୍ଦେଶାଳୟ ବା DGFT। ଜାତୀୟ ସ୍ବାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଗଲା ୫ ବର୍ଷରେ ଭାରତର ରପ୍ତାନୀ ପରିମାଣ ଥିଲା ୧.୯୨ ବିଲିୟନ ଡଲାର। ପାକିସ୍ତାନରୁ ଆମଦାନୀ ପରିମାଣ ଥିଲା ୪୮୮ ନିୟୁତ ଡଲାର। ପାକିସ୍ତାନରୁ ବହୁ ସାମଗ୍ରୀ ଭାରତ ସିଧାସଳଖ ଭାବେ ଆମଦାନୀ କରୁଥିବାବେଳେ ତୃତୀୟ ରାଷ୍ଟ୍ର କିମ୍ବା ଅନ୍ୟ ମାଧ୍ଯମ ଦେଇ ପରୋକ୍ଷ ଭାବେ ଭାରତ ଆମଦାନୀ କରୁଛି। ଦୁଇ ଦେଶ ମଧ୍ଯରେ ଅଟ୍ଟାରୀ-ୱାଘା ବର୍ଡର ଦେଇ ବାଣିଜ୍ୟ କାରବାର ହୋଇଆସୁଥିଲା। ୨୦୨୩-୨୪ରେ ୩, ୮୮୬ କୋଟି ଟଙ୍କାର ବାଣିଜ୍ୟ ଦୁଇ ଦେଶ ମଧ୍ୟରେ ହୋଇଥିଲା।

ସେପଟେ ପାକିସ୍ତାନକୁ ପ୍ରଦାନ କରାଯାଉଥଇବା ଋଣ, ଅନୁଦାନ ଆଦି ସମ୍ପର୍କରେ ସମୀକ୍ଷା କରିବା ଲାଗି ବିଭିନ୍ନ ବିଶ୍ବସ୍ତରୀୟ ସଂସ୍ଥାକୁ ଭାରତ ଅନୁରୋଧ କରିବ ବୋଲି ସୂଚନା ମିଳିଛି। ପୂର୍ବରୁ ପାକିସ୍ତାନକୁ ଆଇଏମଏଫ ସହାୟତା ବନ୍ଦ କରିବା ଲାଗି ଦାବି କରିଥିଲେ କଂଗ୍ରେସ ନେତା ଜୟରାମ ରମେଶ।

Latest Posts

Don't Miss