ଦୁନିଆର ଚତୁର୍ଥ ବଡ଼ ଶେୟାର ବଜାର ବନିଲା ଭାରତ, ଏହି ଦେଶକୁ ପକାଇଲା ପଛରେ…

ନୂଆଦିଲ୍ଲୀ: ଭାରତର ଶେୟାର ବଜାର ବିଶ୍ୱର ଚତୁର୍ଥ ବୃହତ୍ତମ ଷ୍ଟକ୍ ମାର୍କେଟରେ ପରିଣତ ହୋଇଛି । ହଂକଂ ଷ୍ଟକ୍ ମାର୍କେଟକୁ ପଛରେ ପକାଇ ଭାରତ ଏହି ଖ୍ୟାତି ଅର୍ଜନ କରିଛି। ଭାରତୀୟ ଷ୍ଟକ୍ ମାର୍କେଟ୍ ପ୍ରଥମ ଥର ପାଇଁ ହଂକଂ ଷ୍ଟକ୍ ମାର୍କେଟକୁ ଅତିକ୍ରମ କରିଛି ।

ସୋମବାର ସନ୍ଧ୍ୟାରେ ମାର୍କେଟ ବନ୍ଦ ସମୟରେ ହଂକଂ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ସେୟାରଗୁଡ଼ିକର ମୋଟ ମୂଲ୍ୟ ୪.୨୯ ଲକ୍ଷ କୋଟି ଡଲାର ଥିଲା। ଯେତେବେଳେ କି ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ସେୟାରଗୁଡିକର ମୋଟ ମୂଲ୍ୟ ୪.୩୩ ଲକ୍ଷ କୋଟି ଡ଼ଲାର୍ ଥିଲା।

ଭାରତରେ  ଷ୍ଟକ୍ ମାର୍କେଟ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି । ରିପୋର୍ଟ ଅନୁଯାୟୀ ଖୁଚୁରା ନିବେଶକାରୀ ବେସର ଦ୍ରୁତ ଅଭିବୃଦ୍ଧି ଏବଂ ଷ୍ଟ୍ରଙ୍ଗ୍ କର୍ପୋରେଟ୍ ଅର୍ଣ୍ଣିଂସ୍ ପାଇଁ ଏହା ଘଟୁଛି । ଦୁନିଆର ବଡ ବଡ କମ୍ପାନୀଗୁଡିକ ବର୍ତ୍ତମାନ ଚୀନର +1  ନୀତି ଆପଣାଉଛନ୍ତି। ଏଥିପାଇଁ ଏହି କମ୍ପାନୀଗୁଡିକର ପ୍ରିୟ ପାଲଟିଛି ଭାରତ ।  ସ୍ଥିର ସରକାର ଏବଂ ନୀତି ସଂସ୍କାର ହେତୁ ନିକଟ ଅତୀତରେ ଭାରତରେ  ମ୍ୟାନୁଫାକ୍ଟରିଙ୍ଗ୍ ଅଧିକ ବୃଦ୍ଧି ପାଇଛି। ଆହୁରି ମଧ୍ୟ ବିଶ୍ୱର ପ୍ରମୁଖ ଦେଶମାନଙ୍କ ମଧ୍ୟରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ବନିପାରିଛି ।