୧୨ରେ ଦୁଲୁକିବ ବାରବାଟୀ, ଆଜି ଭୁବନେଶ୍ବରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

କଟକ: ଆଉ ଦିନକ ପରେ ଦୁଲୁକିବ ବାରବାଟୀ । ଚୌକା ଛକା ବର୍ଷାରେ କମ୍ପିବ ଷ୍ଟାଡିୟମ । ଅପେକ୍ଷାରେ କ୍ରିକେଟପ୍ରେମୀ । ଆଜି ଭୁବନେଶ୍ବରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ଦିନ ଗୋଟାଏରେ ବିମାନବନ୍ଦରରେ ପହଞ୍ଚିବେ ଉଭୟ ଦେଶରେ ଖେଳାଳି । ଏୟାରପୋର୍ଟରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ଖେଳାଳିଙ୍କୁ ମେଫେୟାର ହୋଟେଲ ନିଆଯିବ । ସେଠାରେ ରାତ୍ରୀଯାପନ ପରେ ଆସନ୍ତାକାଲି ଉଭୟ ଟିମ୍ ବାରବାଟୀ ଷ୍ଟାଡିୟମକୁ ଅଭ୍ୟାସ ପାଇଁ ଯିବେ । ସବୁ ସମୟରେ ଖେଳାଳୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ଏୟାରପୋର୍ଟରୁ ଖେଳାଳିଙ୍କ ହୋଟେଲ ଯିବା ସମୟରେ ଯେମିତି କୌଣସି ଅଘଟଣ ନହୁଏ ସେଥିପାଇଁ ମକ୍ ଡ୍ରିଲ କରାଯାଇଛି । ସେପଟେ ଗତକାଲି କାଉଣ୍ଟରରେ ସମସ୍ତ ୧୨ ହଜାର ଟିକେଟ ବିକ୍ରି ହୋଇଛି ।