ବର୍ଷା ପରେ ଖୁବ୍‌ ଶୀଘ୍ର ଆସିବ ହାଡ଼ ଭଙ୍ଗା ଶୀତ, ‘ଲା ନିନା’ ହେଉଛି ଏହାର ମୁଖ୍ୟ କାରଣ

ନୂଆଦିଲ୍ଲୀ: ବର୍ଷା ପରେ ଏଥର ଶୀତ ବହୁତ ଶୀଘ୍ର ଆସିବ । ସାରା ଦେଶ ଏଥର ହାଡ଼ ଭଙ୍ଗା ଶୀତରେ ଥରହର ହେବ ବୋଲି ପୂର୍ବାନୂମାନ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏତର ବହୁତ ଶୀଘ୍ର ଶୀତ ଆସିବା ସହ ଅଧି ଥଣ୍ଡା ରହିବ ବୋଲି ଅନୁମାନ କରିଛନ୍ତି । ତେବେ ଏଥରକର ଶୀନ ବହୁତ ଅଧିକ ଥଣ୍ଡା ରହିବ । ସେଥିପାଇଁ ଏପରି ପରିସ୍ଥିତିରେ ଲୋକମାନେ ପ୍ରସ୍ତୁତ ହେବା ଉଚିତ୍ ବୋଲି ପାଣିପାଗ ବିଭାଗ କହିଛି ।

ବୁଧବାର ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏଥର ଶୀତ ପୂର୍ବ ଅପେକ୍ଷା ଅଧିକ ଥଣ୍ଡା ହେବ  । ଏହାର ମୁଖ୍ୟ କାରଣ ହେଉଛି ଲା ନିନା ଅବସ୍ଥା ଯାହା ଶୀତକୁ ଅଧିକ କଠିନ କରିବ । ସେ କହିଛନ୍ତି ଯେ ଏହା ଚିନ୍ତା କରାଯିବା ଉଚିତ ନୁହେଁ ଯେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ବୃଦ୍ଧି ପାଇଥାଏ । ବରଂ ଏହା ପାଗ ପରିବର୍ତ୍ତନ କରିଥାଏ ।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଥଣ୍ଡା ପବନ ପାଇଁ ଲା ନିନା ଅବସ୍ଥା ଅନୁକୂଳ, କିନ୍ତୁ ଏଲ୍ ନି ନୋ ଅବସ୍ଥା ଅନୁକୂଳ ନୁହେଁ । ପାଣିପାଗ ବିଭାଗର ଡିଜିଙ୍କ ଅନୁଯାୟୀ ରାଜସ୍ଥାନ, ୟୁପି ଏବଂ ବିହାର ହେଉଛି ସେହି ରାଜ୍ୟ ଯେଉଁଠାରେ ଶୀତଳ ପବନ ହେତୁ ଅଧିକ ମୃତ୍ୟୁ ଘଟିଥାଏ । ସେ ସୂଚନା ଦେଇଛନ୍ତି ଯେ ପ୍ରତିବର୍ଷ ନଭେମ୍ବରରେ ପାଣିପାଗ ବିଭାଗ ଦ୍ୱାରା ଏକ ଚାର୍ଟ ପ୍ରକାଶ ପାଇଥାଏ, ଯାହା ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ପାଗ ବିଷୟରେ ସୂଚନା ଦେଇଥାଏ ।

ଉଲ୍ଲେଖନୀୟ କଥା ହେଉଛି, ଲା ନିନା ଏକ ପ୍ରକ୍ରିୟା ଦ୍ୱାରା ସମୁଦ୍ରର ପାଣି ଥଣ୍ଡା ହେବା ଆରମ୍ଭ କରେ । କହିବାର ମାନେ ହେଉଛି ସମୁଦ୍ର ଜଳ ପୂର୍ବରୁ ଥଣ୍ଡା ରହିଥାଏ, କିନ୍ତୁ ଏହି କାରଣରୁ ସମୁଦ୍ର ପାଣି ଅଧିକ ଥଣ୍ଡା ହୋଇଥାଏ । ଯାହାର ପ୍ରଭାବ ପବନକୁ ମଧ୍ୟ ପ୍ରଭାବିତ କରିଥାଏ । କିନ୍ତୁ ଏଲ୍ ନିନୋରେ, ଏହାର ବିପରୀତ ଘଟଣା ଘଟେ । ଉଭୟ କାର୍ଯ୍ୟ ସିଧାସଳଖ ଭାରତର ମୌସୁମୀ ଏବଂ ଶୀତ ରୂତୁକୁ ପ୍ରଭାବିତ କରିଥାଏ ।

Leave a Reply