spot_img

Latest Posts

ଭାରତୀୟ ପାଣିପାଗ ବିଭାଗର twitter ଆକାଉଣ୍ଟ ହ୍ୟାକ୍ ! ଠିକ୍ ହେବାକୁ ଲାଗିଲା…

ନୂଆଦିଲ୍ଲୀ: ପାଣିପାଗ ବିଭାଗର ଟ୍ୱିଟର ହ୍ୟାଣ୍ଡେଲକୁ ଠିକ୍ କରି ଦିଆଯାଇଛି ।  ଏହି ଟ୍ୱିଟର ହ୍ୟାଣ୍ଡେଲକୁ ୨ ଘଣ୍ଟାରୁ ଅଧିକ ସମୟ ଧରି ହ୍ୟାକ୍ କରାଯାଇଥିଲା । ତେବେ ଗତ ଶନିବାର ଦିନ ହ୍ୟାକର୍ସ ଏହାକୁ ହ୍ୟାକ୍ କରି ଏହା ଉପରେ NFT ଟ୍ରେଣ୍ଡିଂ ଆରମ୍ଭ କରିଦେଇଥିଲେ । ଏହି ଟ୍ୱିଟର ଆକାଉଣ୍ଟରେ ଏକ ପିନ୍ କରାଯାଇଥିବା ମାସେଜ ଦେଖାଯାଇଥିଲା ଯାହା କିଛି NFT ଟ୍ରେଣ୍ଡିଂ ସହ ଜଡିତ ଥିଲା | ହ୍ୟାକର୍ସ ପ୍ରଥମେ ଏହାର ପ୍ରୋଫାଇଲ୍ ଚିତ୍ର ପରିବର୍ତ୍ତନ କରିଥିଲେ, ଏବଂ ତା’ପରେ ପୁଣି ପ୍ରୋଫାଇଲ୍ ଚିତ୍ର ହଟାଇଦେଇଥିଲେ । ପାଣିପାଗ ବିଭାଗ ଏହି ଆକାଉଣ୍ଟକୁ ହ୍ୟାକର୍ସଙ୍କଠୁ ନିଜ ଅଧିନକୁ ଆଣିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା ।

ସୂଚନା ଅନୁସାରେ, ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଙ୍କ ଟ୍ୱିଟର ଆକାଉଣ୍ଟ ଶନିବାର ହ୍ୟାକ୍‌ ହୋଇଯାଇଥିଲା । ଆକାଉଣ୍ଟକୁ ହ୍ୟାକ କରି ହ୍ୟାକର୍ସ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି । ଏହା ସହିତ ଏକ ଜିଆଇଏଫ ମଧ୍ୟ ସେୟାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଇଏମଡିଙ୍କ ଟ୍ୱିଟର ଆକାଉଣ୍ଟରେ ଅଢେଇଲକ୍ଷରୁ ଅଧିକ ଫଲୋଅର ଅଛନ୍ତି। ବିଭାଗୀୟ ଟ୍ୱିଟର  ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ସ୍ପଷ୍ଟ କରିଥିଲେ ।

ତେବେ ଆଇଏମଡିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହେବା ପୂର୍ବରୁ ହ୍ୟାକରମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟର ମଧ୍ୟ ହ୍ୟାକ୍ କରିଥିଲେ । ଏ ନେଇ ଶନିବାର ସାଇବର କ୍ରାଇମ ଥାନାରେ ଅଜ୍ଞାତ ହ୍ୟାକରଙ୍କ ବିରୋଧରେ ଲିଖିତ ଏତଲା ମଧ୍ୟ ଦିଆଯାଇଛି। ମାମଲାର ପୋଲିସ ତଦନ୍ତ ଜାରିଥିବା ବେଳେ ହ୍ୟାକରଙ୍କ ସନ୍ଧାନ ଲାଗି ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯାଇଛି। ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟର ରିକୋଭର କରିଦିଆଯାଇଥିଲା ।

Latest Posts

Don't Miss