FIH ପ୍ରୋ ଲିଗର ଉଦଘାଟନୀ ମ୍ଯାଚରେ ଚୀନଠୁ ହାରିଲା ଭାରତ

1 min read

ଭୁବନେଶ୍ବର:  ପରାଜୟରୁ ନିଜ ଅଭିଯାନ ଆରମ୍ଭ କରିଛି ଭାରତ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ମହିଳା FIH ପ୍ରୋ ଲିଗର ଉଦଘାଟନୀ ମ୍ଯାଚରେ ଚୀନ ଠାରୁ ହାରିଲା ଭାରତ । ପ୍ରଥମ ଦିନର ମ୍ୟାଚରେ ନେଦରଲାଣ୍ଡ ଓ ଚାଇନା ଵିଜୟୀ ହୋଇଛନ୍ତି । ପ୍ରଥମ ମ୍ୟାଚରେ ନେଦରଲାଣ୍ଡ ଆମେରିକାକୁ ୪-୦ ଗୋଲରେ ପରାସ୍ତ କରି ଵିଜୟୀ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ଭାରତକୁ ୨-୧ ଗୋଲରେ ପରାସ୍ତ କରି ଚାଇନା ଵିଜୟୀ ହୋଇଛି । ଭାରତୀୟ ମହିଳା ହକି ଦଳରେ ଦୁଇ ଓଡିଆ ଖେଳାଳି ସୁନେଲୀତା ଟପୋ ଓ ଜ୍ୟୋତି ଛତ୍ରୀ ସାମିଲ ହୋଇଥିବା ବେଳେ ସୁନେଲିତା ଟପୋ ପ୍ରଥମଦିନ ଖେଳିବାର ସୁଯୋଗ ପାଇଥିଲେ । ଆସନ୍ତାକାଲି ଚାଇନା ଓ ଅଷ୍ଟ୍ରେଲିଆ ଏଵଂ ଇଣ୍ଡିଆ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । 15 ତାରିଖ ଆମେରିକା ଅଷ୍ଟ୍ରେଲିଆ ଓ ଚାଇନା ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । 17 ତାରିଖ ଚାଇନା ଓ ଆମେରିକା ଏଵଂ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ମ୍ୟାଚ । 18 ତାରିଖ ନେଦରଲାଣ୍ଡ ଓ ଅଷ୍ଟ୍ରେଲିଆ ଏଵଂ ଇଣ୍ଡିଆ ଓ ଆମେରିକା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । 19 ତାରିଖ ଠାରୁ ଫେବୃଆରି 25 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଵାକୁ ଥିବା ପୁରୁଷ FIH ହକି ପ୍ରୋ ଲିଗ । ଉଦଘାଟନୀ ଦିନ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କି ଅତିଥି ଭାଵେ ଯୋଗ ଦେଇଥିଲେ ।….