ଭାଙ୍ଗିଲା ଭାରତର ହକି ବିଶ୍ୱକପ୍ ସ୍ୱପ୍ନ; ପେନାଲ୍ଟି ସୁଟଆଉଟରେ ନ୍ୟୁଜିଲାଣ୍ଡଠୁ ହାରିଲା

1 min read

ଭୁବନେଶ୍ୱର: ହକି ବିଶ୍ବକପରୁ ଭାରତର ବିଦାୟ । କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିଲା ଭାରତ । ପେନାଲ୍ଟି ସୁଟ୍ ଆଉଉଟରେ ୪-୫ ଗୋଲରେ ବାଜି ମାରିଲା ନ୍ୟୁଜିଲାଣ୍ଡ । ନିର୍ଦ୍ଧାରିତ ସମୟରେ ୩-୩ ଗୋଲରେ ମ୍ୟାଚ ଡ୍ର ରହିବା ପରେ ସୁଟଆଉଟକୁ ଯାଇଥିଲା ମ୍ୟାଚ । ପ୍ରଥମ ପେନାଲ୍ଟି ସୁଟଆଉଟରେ ଉଭୟ ସମାନ ସ୍ଥିତିରେ ରହିବାରୁ ଦ୍ବିତୀୟ ସୁଟଆଉଟ ଖେଳାଯାଇଥିଲା । ଏଥିରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ । ପେନାଲ୍ଟି ସୁଟଆଉଟରେ ୪-୫ରେ ହାରି ବିଶ୍ୱକପରୁ ବିଦାୟ ନେଇଛି ଭାରତ ।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି କ୍ରସଓଭର ମ୍ୟାଚରେ ଲଲିତ କୁମାର ଉପାଧ୍ୟାୟ (୧୭ତମ ମିନିଟ), ସୁଖଜିତ ସିଂ (୨୪ତମ ମିନିଟ) ଏବଂ ବରୁଣ କୁମାର (୪୦ତମ ମିନିଟ) ଭାରତ ପାଇଁ ଗୋଲ୍ କରିଥିଲେ । ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ ସାମ ଲେନ (୨୮ତମ ମିନିଟ), ରସେଲ କେନ (୪୩ତମ ମିନିଟ) ଏବଂ ସିନ ଫିଣ୍ଡଲେ (୪୯ତମ ମିନିଟ) ଗୋଲ୍ କରିଥିଲେ । ଶୁଟଆଉଟରେ ହରମନପ୍ରୀତ ସିଂହ ଏବଂ ସୁଖଜିତ ସିଂହ ଭାରତ ପାଇଁ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ଯେତବେଳେ କି ରାଜ କୁମାର ପାଲ ଦୁଇଟି ଗୋଲ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସୁଟଆଉଟରେ ନିକ ବୁଡସ, ଫିଲିପ୍ସ ହେଡେନ ଏବଂ ସାମ ଲେନ ଗୋଟିଏ ଲେଖାଏଁ ସୁଟଆଉଟ ଗୋଲ କରିଥିଲେ । ସେହିପରି ଫିଣ୍ଡଲେ ଦୁଇଟି ଗୋଲ୍ କରି କିୱି ଟିମକୁ ବିଜୟୀ କରାଇଥିଲେ । ନ୍ୟୁଜିଲାଣ୍ଡ ଏହି ବିଜୟ ସହ ବେଲଜିୟମ ବିପକ୍ଷରେ ହେବାକୁ ଥିବା କ୍ୱାଟରଫାଇନାଲରେ ସ୍ଥାନ ପକ୍କା କରିଛି । ଆୟୋଜକ ଭାରତ କ୍ୱାଟରଫାଇନାଲ ଦୌଡରୁ ବାହାରି ଯାଇଛି ।