ଦେଶରେ ପୁଣି ବଢ଼ିଲା କରୋନା, ୨୪ ଘଣ୍ଟାରେ ୨ ଲକ୍ଷ ୮୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
1 min readନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ଗତକାଲିଠାରୁ ପୁଣି ଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତକାଲିଠାରୁ ୪୪ ହଜାର ୮୮୯ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୪ ଘଣ୍ଟାରେ ୨ ଲକ୍ଷ ୮୨ ହଜାର ୯୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୪୪୧ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା । ଦେଶର ଦୈନିକ ପଜିଟିଭ ରେଟ୍ ୧୫.୧୩ ପ୍ରତିଶତ ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା ତାହାଲେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୯୬୧ରେ ପହଞ୍ଚିଛି ।
India reports 2,82,970 COVID cases (44,889 more than yesterday), 441 deaths, and 1,88,157 recoveries in the last 24 hours.
Active case: 18,31,000
Daily positivity rate: 15.13%8,961 total Omicron cases detected so far; an increase of 0.79% since yesterday pic.twitter.com/Fz8ZfjplTF
— ANI (@ANI) January 19, 2022
ଦେଶରେ ମଙ୍ଗଳବାର ୨ ଲକ୍ଷ ୩୮ ହଜାର ୦୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୮୨ ହଜାର ୯୭୦ରେ ପହଞ୍ଚିଛି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୧୮ ଲକ୍ଷ ୩୧ ହଜାର ୬୨୮ ରହିଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୮୮ ହଜାର ୧୫୭ ଜଣ ସୁସ୍ଥ ହୋଇଛନ୍ତି ।