ଦେଶରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨ ଲକ୍ଷ ୩୮ ହଜାର ସଂକ୍ରମିତ ଚିହ୍ନଟ
1 min readନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୩୮ ହଜାର ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲିଠାରୁ ଆଜି ୨୦ ହଜାର ୭୧ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି । ସେହିପରି ଦୈନିକ ପଜିଟିଭ୍ ରେଟ୍ ୧୪.୪୨ ପ୍ରତିଶତ ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୮୯୧ରେ ପହଞ୍ଚିଛି ।
India reports 2,38,018 COVID cases (20,071 less than yesterday), 310 deaths, and 1,57,421 recoveries in the last 24 hours.
Active case: 17,36,628
Daily positivity rate: 14.43%8,891 total Omicron cases detected so far; an increase of 8.31% since yesterday pic.twitter.com/CaYmWHCPKX
— ANI (@ANI) January 18, 2022
ଦେଶରେ ସୋମବାର ୨ ଲକ୍ଷ ୫୮ ହଜାର ୦୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟା ହ୍ରାସ ପାଇ ୨ ଲକ୍ଷ ୩୮ ହଜାର ୦୧୮ରେ ପହଞ୍ଚିଛି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୧୭ ଲକ୍ଷ ୩୬ ହଜାର ୬୨୮ ରହିଛି । ସେହିପରି ବର୍ତ୍ତମାନ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୭୬୧ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୫୭ ହଜାର ୪୨୧ ଜଣ ସୁସ୍ଥ ହୋଇଛନ୍ତି ।