ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ୨୦୨୦: ତୃତୀୟ ସ୍ଥାନରେ ଓଡ଼ିଶା ପୋଲିସ
1 min readଭୁବନେଶ୍ୱର: ପୋଲିସ ରାକିଂରେ ଓଡ଼ିଶା ପୋଲିସକୁ ସଫଳତା । ପୋଲିସ ରାକିଂରେ ୩ୟ ସ୍ଥାନରେ ଓଡ଼ିଶା ପୋଲିସ । ୧୮ଟି ବଡ଼ ଏବଂ ମଧ୍ୟମ ରାଜ୍ୟ ମଧ୍ୟରେ ଓଡ଼ିଶା ପୋଲିସ ତୃତୀୟ ସ୍ଥାନରେ ରହିଛି । ଏ ନେଇ ଟୁଇଟ କରି ଖୁସି ବ୍ୟକ୍ତ କଲେ ପୋଲିସ ଡିଜି ଅଭୟ । ଇଣ୍ଡିଆ ଜଷ୍ଟିସ ରିପୋର୍ଟ ୨୦୨୦ରେ ଓଡ଼ିଶା ତୃତୀୟ ସ୍ଥାନରେ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ୨୦୧୯ ରିପୋର୍ଟରେ ଓଡ଼ିଶା ୭ ନମ୍ବର ସ୍ଥାନରେ ଥିଲା । ସେପଟେ ନ୍ୟାୟ ବ୍ୟବସ୍ଥାରେ ରାଜ୍ୟ ପଛରେ ରହିଛି । ୧୫ ନମ୍ବର ସ୍ଥାନରେ ରାଜ୍ୟ ରହିଛି । ୨୦୧୯ରେ ୯ ନମ୍ବର ରାଙ୍କ୍ରେ ଥିଲା ଓଡ଼ିଶା |
ତେବେ ପ୍ରଥମ ସ୍ଥାନରେ କର୍ଣ୍ଣାଟକ ଓ ଦ୍ୱିତୀୟ ସ୍ଥାନରେ ଛତିଶଗଡ଼ ରହିଥିବା ବେଳେ ଓଡ଼ିଶା ପଛକୁ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ରହିଛି । ତାଲିକାର ଶେଷରେ ରହିଛି ମଧ୍ୟପ୍ରଦେଶ ପୋଲିସ ।
Very happy to note that Odisha Has been ranked third in Policing among 18 Large and mid sized states ranked by prestigious "India Justice Report 2020" pic.twitter.com/9mzVdNgKc7
— DGP, Odisha (@DGPOdisha) January 29, 2021