ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ: ଆରବିଆଇ ଗଭର୍ଣ୍ଣର

1 min read

ନୂଆଦିଲ୍ଲୀ: କରୋନାଗ୍ରସ୍ତ ଦେଶର ଅର୍ଥନୀତିକୁ ଆରବିଆଇର ସଞ୍ଜିବନୀ । ମାର୍କେଟରେ ଲିକ୍ୟୁଡିଟି ବଢ଼ାଇବାକୁ  ଭାବେ ୧ ଲକ୍ଷ କୋଟି ଟଙ୍କାର ସହାୟତା ଘୋଷଣା କଲା ଆରବିଆଇ । ଏନ୍‌ବିଏଫ୍‌ସି ଓ ଏମ୍‌ଏଫ୍‌ଆଇଏଏସ୍‌କ ପାଇଁ ୫୦ ହଜାର କୋଟି ଟଙ୍କାର ସାହାଯ୍ୟର ଘୋଷଣା କରିଛି । ଏଥିସହିତ ରିଭର୍ସ ରେପୋ ରେଟ୍‌ରେ ମଧ୍ୟ ହ୍ରାସ କରିଛି ଆରବିଆଇ । ରିଭର୍ସ ରେପୋ ରେଟ୍‌ ୪ ପ୍ରତିଶତରୁ ୩.୭୫% ହ୍ରାସ କରାଯାଇଥିବା ବେଳେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଗୋଟିଏ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ରିଭର୍ସ ରେପୋ ରେଟ୍‌ ହ୍ରାସ କରାଯାଇଛି । ୨୭ ମାର୍ଚ୍ଚ ଏଥିରେ ୯୦ ବିପିଏସ୍‌ କଟାଯାଇଥିଲା ।

          ରିଭର୍ସ ରେପୋ ରେଟ୍‌ କ’ଣ

ଯେତେବେଳେ ଦିନସାରାର କାରବାର ପରେ ବ୍ୟାଙ୍କ ପାଖରେ ଟଙ୍କା ବଳିଯାଏ, ବ୍ୟାଙ୍କ ସେହି ଟଙ୍କାକୁ ଭାରତୀୟ ରିଜର୍ଭ ବ୍ୟାଙ୍କରେ ରଖିଥାଏ । ଏହି ଟଙ୍କା ଉପରେ ଆରବିଆଇ ତାଙ୍କୁ ସୁଧ ଦେଇଥାଏ । ରିଜର୍ଭ ବ୍ୟାଙ୍କ ଏହି ଟଙ୍କା ବାବଦକୁ ଯେଉଁ ହାରରେ ସୁଧ ଦେଇଥାନ୍ତି ତାକୁ ରିଭର୍ସ ରେପୋ ରେଟ୍ ବୋଲି କୁହାଯାଏ ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆରବିଆଇ କୋଭିଡ-୧୯ ଯୋଗୁଁ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ନଜର ରଖାଯାଇଛି । ମାର୍ଚ୍ଚ ୨୭ରେ ଯେତେବେଳେ ପ୍ରଥମ ରିହାତି ଘୋଷଣା ହୋଇଥିଲା ମାଇକ୍ରୋଇକୋନମି ସ୍ଥିତି ବିଗିଡ଼ିବାରେ ଲାଗିଥିଲା । ବିଶ୍ୱ ଅର୍ଥନୀତି ସବୁଠାରୁ ଖରପା ଅବସ୍ଥା ଦେଇ ଗତିକରିପାରେ । ସାରା ବିଶ୍ୱର ଜିଡିପିରେ ୯ ଟ୍ରିଲିୟନ୍‌ ଡଲାରର କ୍ଷତି ହୋଇପାରେ । ଭାରତ ଜି-୨୦ ଦେଶମାନଙ୍କ ଅର୍ଥନୀତି ତୁଳନାରେ ସର୍ବାଧିକ ଗ୍ରୋଥ କରିପାରେ । ଯାହା ଆଇଏମ୍ଏଫ୍ ପକ୍ଷରୁ ମଧ୍ୟ କୁହାଯାଇଛି । ଆମେ ସାରା ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ ନଜର ରଖିଛୁ । ଭାରତର ସ୍ଥିତି ଅନ୍ୟମାନଙ୍କ ଠାରୁ ଭଲ ରହିଛି । ବିଶ୍ୱ ମାନ୍ଦାବସ୍ଥା ମଧ୍ୟରେ ଭାରତର ବିକାଶ ହାର ୧.୯ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି ।

ରିଫାଇନାସିଂ ପାଇଁ ୫୦ ହଜାର କୋଟି ଟଙ୍କାର ସାହାଯ୍ୟ ଦିଆଯାଉଛି । ଏଥିରେ ୨୫ ହଜାର କୋଟି ନାବାର୍ଡ ପାଇଁ, ସିବିଡି ପାଇଁ ୧୫ ହଜାର କୋଟି ଓ ଏନ୍‌ଏଚବି ପାଇଁ ୧୦ ହଜାର କୋଟି ପାଇଁ ରହିବ ।

 

Leave a Reply