spot_img

Latest Posts

‘ଅପରେସନ ଦୋସ୍ତ’ରେ ତୁର୍କୀ ଓ ସିରିଆକୁ ସହାୟତା କରୁଛି ଭାରତ

ନୂଆଦିଲ୍ଲୀ : କୋଠା ଭୁଷିଡ଼ିଛି, କୋଳ ଉଜୁଡ଼ିଛି । ସୌନ୍ଦର୍ଯ୍ୟପୂର୍ଣ୍ଣ ସହର ପାଲଟିଯାଇଛି ଶ୍ମଶାନ । ଯନ୍ତ୍ରଣା ଜର୍ଜରିତ ସ୍ବର । ଦୀର୍ଘଶ୍ବାସରେ ଥରିଯାଉଛି ମାଟିରୁ ଆକାଶ । ଭଗ୍ନସ୍ତୂପ ତଳେ ତୁର୍କୀ, ସିରିଆ । ପୁରା ଦୁନିଆକୁ କନ୍ଦେଇ ଦେଇଛି ଦୁର୍ଦ୍ଦଶାର ଚିତ୍ର । ଚଳଚଞ୍ଚଳ ସ୍ଥାନ ୟେମିତି ସ୍ଥିର ହୋଇଯାଇଛି । ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୧୫ହଜାର ପାର କରିଛି ।

ତୁର୍କୀରେ ୧୨ହଜାର ୩୯୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସିରିଆରେ ୨ହଜାର ୯୯୨ଲୋକଙ୍କ ଜୀବନ ଯାଇଛି । ଭୂକମ୍ପରେ ୧୧ହଜାରରୁ ଅଧିକ କୋଠା ଭୁଶୁଡ଼ି ମାଟିରେ ମିଶିଯାଇଛି । ଉଦ୍ଧାର କାର୍ଯ୍ୟରେ ପ୍ରାୟ ୨୫ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି । କେବଳ ତୁର୍କୀର ୧୩ ନିୟୁତ ଲୋକ ପ୍ରଭାବିତ ନେଇ ରାଷ୍ଟ୍ରପତି ରିସେପ ତାୟିପ ଦେଇଛନ୍ତି ସୂଚନା । ତୁର୍କୀର ଭୌଗୋଳିକ ସ୍ଥିତି ପ୍ରାୟ ୧୦ଫୁଟ ତଳକୁ ଧସିଯାଇଛି ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି । ସୋମବାର ଶକ୍ତିଶାଳୀ ଭୂକମ୍ପରେ ଶହେରୁ ଊର୍ଦ୍ଧ୍ବ ଆଫ୍ଟର ସକ୍ ଆସିସାରିଛି ।

ତୁର୍କୀର ଆଦାନାରେ ଭାରତ କଣ୍ଟ୍ରୋଲ ରୁମ୍‌ ପ୍ରତିଷ୍ଠା କରିଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ୧୦ ଜଣ ଭାରତୀୟ ଫସି ରହିଛନ୍ତି। ବ୍ୟବସାୟିକ ଗସ୍ତରେ ଥିବା ଜଣେ ଭାରତୀୟ ନିଖୋଜ ଅଛନ୍ତି। ତାଙ୍କ ପରିବାର ସଦସ୍ୟ ସହ ସରକାର ଯୋଗାଯୋଗ ଜାରି ରଖିଛନ୍ତି। ସେହିପରି ବିପତ୍ତି ବେଳେ ବନ୍ଧୁ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇଛି ଭାରତ । ’ଅପରେସନ ଦୋସ୍ତ’ରେ ତୁର୍କୀ ଓ ସିରିଆକୁ ମାନବୀୟ ସହାୟତା ଓ ରେସ୍କ୍ୟୁ ଟିମ୍ ପଠାଯାଇଛି । ୪ଟି ସାମରିକ ବିମାନରେ ଭାରତ ତୁର୍କୀକୁ ସହାୟତ‌ା ପଠାଇଛି। ଉଦ୍ଧାରକାରୀ ଦଳ, ଏକ ଫିଲ୍ଡ ହସ୍ପିଟାଲ, ମେଡିସିନ୍‌ ଏବଂ ଡ୍ରିଲିଂ ଉପକରରଣ ଆଦି ରହିଛି।

 

Latest Posts

Don't Miss