ସାଧାରଣତନ୍ତ୍ର ଦିବସରେ ଅତିଥି ପାଇଁ UK ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ନିମନ୍ତ୍ରଣ…

1 min read

ନୂଆଦିଲ୍ଲୀ: ବ୍ରିଟେନ ଯାଇଛି ନିମନ୍ତ୍ରଣ । ଏଥରର ସାଧାରଣତନ୍ତ୍ର ଦିବସରେ ଦେଶ ବ୍ରିଟେନକୁ ରାଷ୍ଟ୍ରୀୟ ଅତିଥିର ମାନ୍ୟତା ଦେବାକୁ ସ୍ଥିର କରିଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାପାଇଁ ଭାରତ ନିମନ୍ତ୍ରଣ ଦେଇଛି । ନଭେମ୍ୱର ୨୭ରେ ଭାରତ ଓ ବ୍ରିଟେନ ମଧ୍ୟରେ ହୋଇଥିବା ଶେଷ ଆଲୋଚନାରେ ନିମନ୍ତ୍ରଣ ଦିଆଯାଇଛି । ତେବେ ଆଲୋଚନାରେ ଅନେକ ପ୍ରସଙ୍ଗ ସ୍ଥାନ ପାଇଥିଲା ।

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଅନୁସନ୍ଧାନ, ପ୍ରତିରକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା । ଦ୍ୱିପାକ୍ଷିକ ଚୁକ୍ତି ଓ ସମନ୍ୱିୟତା ବଢାଇ ପରସ୍ପରର ପ୍ରଗତୀ ପାଇଁ କିଭଳି ପଦକ୍ଷେପ ନେଇ ହେବ ସେନେଇ ଆଲୋଚନା ହୋଇଥିଲା । ତେବେ ୨୦୨୧ ଆରମ୍ଭ କିମ୍ୱା ତା ପୂର୍ବରୁ ବ୍ରିଟେନ ବିଦେଶ ମନ୍ତ୍ରୀର ଭାରତ ଗସ୍ତ ରହିଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ମଧ୍ୟ ସାଧାରଣତନ୍ତ୍ର ଦିବସରେ ଭାରତରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଦୁଇ ଦେଶର ମୈତ୍ରୀକୁ ସମ୍ମାନ ଜଣାଇବେ ନେଇ ଆଗ୍ରହ ପ୍ରକାଶ କରିଥିବା ବ୍ରିଟିଶ ହାଇ-କମିଶନ ଜଣାଇଛନ୍ତି ।

Leave a Reply