କାମ ଦେଖାଉଛି ଲକଡାଉନ୍ : କରୋନାକୁ ନିୟନ୍ତ୍ରଣ କରିବାରେ ଦ୍ୱିତୀୟ ସ୍ଥାନରେ ଭାରତ

1 min read

ନୂଆଦିଲ୍ଲୀ: ବିଶ୍ୱବ୍ୟାପି କରୋନା ଗ୍ରାଫ ଦିନକୁ ଦିନ ବୃଦ୍ଧି ହେଉଛି । ଏବେ ଆମେରିକା ଓ ଇଟାଲିରେ ସବୁଠୁ ଅଧିକ କରୋନା ସଂକ୍ରମିତ ଲୋକେ ଅଛନ୍ତି । କେବଳ ସେତିକି ନୁହେଁ ଆମେରିକାରେ କରୋନାଭାଇରସ ଯୋଗୁଁ ସବୁଠୁ ଅଧିକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି ।  ଭାରତରେ ଏପ୍ରିଲ ମାସ ୨୧ ତାରିଖ ସୁଦ୍ଧା ୧୮ ହଜାରରୁ ଅଧିକ କରୋନା ଜୀବାଣୁ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଗତ ଦୁଇ ମାସ ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକେ ପରୀକ୍ଷା କରିଛନ୍ତି । ତଥାପି, ପରୀକ୍ଷଣ ପଜିଟିଭ୍ ରେଟ୍ ତଥା TPR ଅନୁସାରେ ଭାରତ କୋଭିଡ୍-୧୯ ର ବିସ୍ତାରକୁ ନିୟନ୍ତ୍ରଣ କରିଛି । TPR ମାଧ୍ୟମରେ ସଂକ୍ରମଣର ଗତି କ’ଣ ରହିଛି ତାହା ଜଣାପଡେ ।

ଭାରତର ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ପ୍ରକାଶିତ ଲ୍ୟାବ ଟେଷ୍ଟ ଡାଟା ଅନୁଯାୟୀ ହାରାହାରି ୨୩ ଜଣଙ୍କର ପରୀକ୍ଷା କଲେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଏପ୍ରିଲ ମାସ ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଟିଆରପି ପ୍ରାୟତଃ ୪ ପ୍ରତିଶତ ଥିଲା। ଏହା ଦୁନିଆର କେତେକ ପ୍ରଭାବିତ ଦେଶ ତୁଳନାରେ ଖୁବ କମ୍ ରହିଛି । ଏହି ମାମଲାରେ ଦକ୍ଷିଣ କୋରିଆର ଭଲ ପ୍ରଦର୍ଶନ ରହିଛି, ଯାହାର ଟିପିଆର ୧.୯ ପ୍ରତିଶତ ରହିଛି। ବ୍ରାଜିଲର ଟିଆରପି ୬.୪ ପ୍ରତିଶତ ରହିଛି । ଏହାପରେ ଜର୍ମାନି ୭.୭ ପ୍ରତିଶତ, ଜାପାନ ୮.୮ ପ୍ରତିଶତ, ଇଟାଲୀ ୧୩.୨ ପ୍ରତିଶତ, ସ୍ପେନ୍ ୧୮.୨ ପ୍ରତିଶତ ଏବଂ ଆମେରିକା ୧୯.୩ ପ୍ରତିଶତ ରହିଛି। ICMR ପରୀକ୍ଷା ତଥ୍ୟ ଅନୁସାରେ ଯଦି ପରୀକ୍ଷା ସଂଖ୍ୟା ବୃଦ୍ଧି ହୁଏ ତେବେ ମାମଲା ସଂଖ୍ୟା ମଧ୍ୟ ବଢିପାରେ ।

 

Leave a Reply