Global Military Expenditure:  ସାମରିକ କ୍ଷେତ୍ରରେ ଖର୍ଚ୍ଚ କରିବାରେ ଭାରତ ବିଶ୍ୱରେ ତୃତୀୟ

ନୂଆଦିଲ୍ଲୀ:ଗୋଟିଏ ପଟେ କରୋନା ମହାମାରୀ ସାରା ଦେଶକୁ ତଳିତଳାନ୍ତ କରିଦେଇଥିବାବେଳେ ଅନ୍ୟପଯେ ସୈନ୍ୟବାହିନୀରେ ଖର୍ଚ୍ଚ କିଛି କମ୍‌ ହୋଇନାହିଁ । ରିପୋର୍ଟ ଅନୁସାରେ ୨୦୨୧ ମସିହାରେ ବିଶ୍ୱରେ ତିନୋଟି ଦେଶ ଯଥାକ୍ରମେ ଭାରତ, ଚୀନ୍‌ ଏବଂ ଆମେରିକା ସୈନ୍ୟ ଖର୍ଚ୍ଚରେ କୌଣସି ଅଭାବ କରିନାହାଁନ୍ତି । ବିଶ୍ୱରେ ସୈନ୍ୟ ଖର୍ଚ୍ଚରେ ଚଳିତ ବର୍ଷ ସର୍ବାଧିକ ବୃଦ୍ଧି ହୋଇଛି । ବର୍ଷ ୨୦୨୧ରେ ବଢ଼ି ଏହା ୨.୧ ଟ୍ରିଲିଅନ ଡଲାରରେ ପହଞ୍ଚିଛି ।  ସୂଚନା ଏସଆଇପିଆରଆଇ ସୋମବାର ଏହି ରିପୋର୍ଟ ଦାଖଲ କରିଛି ।

ଖର୍ଚ୍ଚ କରୁଥିବା ଦେଶ ମଧ୍ୟରେ ସର୍ବ ପ୍ରଥମେ ରହିଛି ଆମେରିକା । ଦ୍ୱିତୀୟରେ ଚୀନ୍‌ ଏବଂ ତୃତୀୟରେ ଭାରତ ।  ଚଳିତ ବର୍ଷ ସବୁଠାରୁ ଅଧିକ ଖର୍ଚ୍ଚ କରିଥିବା ଦେଶଙ୍କ ମଧ୍ୟରେ ରହିଛନ୍ତି ଆମେରିକା, ଚୀନ୍‌, ଭାରତ, ବ୍ରିଟେନ୍‌ ଓ ଋଷିଆ ।

‘ଦି ଷ୍ଟକ୍‌ହୋମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପିସ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର କହିବା ଅନୁସାରେ, ସାମରିକ କ୍ଷେତ୍ରରେ ୭୬.୬ ବିଲିୟନ୍‌ ଡଲାର୍‌ ବ୍ୟୟ କରି ଭାରତ ବିଶ୍ୱରେ ୩ ନମ୍ବର ରାଷ୍ଟ୍ରରେ ପରିଗଣିତ ହୋଇଛି।  ୨୦୨୦ ଠାରୁ ଏହି ବ୍ୟୟ ୦.୯% ଏବଂ ୨୦୧୨ଠାରୁ ୩୩% ଅଧିକ। ସ୍ୱଦେଶୀ ଅସ୍ତ୍ର ଶିଳ୍ପର ସୁଦୃଢ଼ିକରଣ ନିମନ୍ତେ ପ୍ରୋତ୍ସାହନ ଦେବାକୁ ଯାଇ ୨୦୨୧ରେ ସାମରିକ ବ୍ୟୟ ବଜେଟ୍‌ରେ ଥିବା ପାଣ୍ଠିର ୬୪% ଅର୍ଥରେ ସ୍ୱଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର ଖର୍ଚ୍ଚ କରିବା ଲାଗି ବ୍ୟବସ୍ଥା ହୋଇଥିଲା।