ଭାରତରେ ସୁସ୍ଥ ହେଲେ ୧୩ କରୋନା ଭାଇରସ ରୋଗୀ, କିଛିଜଣ ବ୍ୟବହାର କରିଥିଲେ ଏଚଆଇଭି ଔଷଧ

1 min read

ଭୁବନେଶ୍ୱର: କରୋନାଭାଇରସ୍ ସାରା ଦେଶରେ ବ୍ୟାପିବା ପରେ ଲୋକଙ୍କ ଜୀବନକୁ ଘୋଡାଇ ଦେଇଥିବା ଅନ୍ଧକାର ମଧ୍ୟରେ ମିଳିଛି ଆଶାର ଆଲୋକ ।  ରାଜସ୍ଥାନର ଜୟପୁରରୁ ଏକ ବଡ଼ ଖୁସି ଖବର ଆସିଛି । ରାଜ୍ୟର ପ୍ରତିକ୍ଷିତ ସରକାରୀ ଡାକ୍ତରଖାନା ସାୱାଇ ମାନସିଂହ ଡାକ୍ତରଖାନାରେ ଚାରି ଜଣ COVID-19 ରୋଗୀଙ୍କ ମଧ୍ୟରୁ ତିନିଜଣଙ୍କୁ ମ୍ୟାଲେରିଆ, ସ୍ୱାଇନ୍ ଫ୍ଲୁ ଏବଂ ଏଚ୍.ଆଇ.ଭି ପଜିଟିଭ୍ ରୋଗୀ ମାନଙ୍କୁ ଦିଆଯାଉଥିବା ଔଷଧ ସହିତ ଆରୋଗ୍ୟ କରାଯାଇଛି ।

ଜଣେ ଇଟାଲୀୟ ଦମ୍ପତି ଏବଂ ଦୁବାଇରୁ ଫେରି ଆସିଥିବା ୮୫ ବର୍ଷିୟ ବ୍ୟକ୍ତିଙ୍କ ରିପୋର୍ଟ କରୋନା-ନେଗେଟିଭ୍ ଘୋଷିତ ହୋଇଥିବା ସୂଚନା ଦିଆଯାଇଛି । ତିନିଜଣ ବର୍ତ୍ତମାନ କରୋନାଭାଇରସ୍ ମୁକ୍ତ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ମେଡିକାଲ୍ ଆଣ୍ଡ ହେଲଥ୍) ରୋହିତ କୁମାର ସିଂ କହିଛନ୍ତି।

ଅନ୍ୟପଟେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ବଡ଼ କଥା ହେଉଛି, ତାଙ୍କ ସ୍ୱାସ୍ଥ୍ୟ।ବସ୍ଥା ସ୍ଥିର ରହିଛି । ଆକ୍ରାନ୍ତ ଯୁବକଙ୍କ ବୟସ ୩୩ ବର୍ଷ ଏବଂ ତାଙ୍କ ଘର ଭୁବନେଶ୍ୱରରେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ।

Leave a Reply