spot_img

Latest Posts

କୋଭିଡ୍ ନୂଆ ଷ୍ଟ୍ରେନ୍ ପାଇଁ ଜାରି ହେଲା SOP, ଫେବୃଆରୀ ୨୮ ଯାଏଁ ସମସ୍ତ ଅନ୍ତର୍ଜାତୀୟ ବିମାନ ସ୍ଥଗିତ

ନୂଆଦିଲ୍ଲୀ: ଭାରତ ସରକାର କରୋନାଭାଇରସର ନୂଆ ଷ୍ଟ୍ରେନ୍ ର ବିସ୍ତାରକୁ ଦୃଷ୍ଟିରେ ରଖି ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ବୁଧବାର ନୂଆ SOP ବା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନୂଆ SOP ଆସନ୍ତା ୨୨ ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ । ଏହି ଏସଓପି ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଅନେକ ଦେଶରେ SARS-COV-2 ସଂକ୍ରମଣର ବିସ୍ତାରକୁ ଦୃଷ୍ଟିରେ ରଖି ନାଗରିକ ବିମାନ ସେବା ମନ୍ତ୍ରଣାଳୟ(Ministry of Civil Aviation), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ବ୍ରିଟେନ, ୟୁରୋପ ଏବଂ ପଶ୍ଚିମ ଏସିଆରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି।

କେନ୍ଦ୍ର ସରକାର  ଫେବୃଆରୀ ୨୮ ପର୍ଯ୍ୟନ୍ତ ଧାର୍ଯ୍ୟ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି। ନୂଆ ଏସ୍ଓପି ଅନୁଯାୟୀ, ବ୍ରିଟେନ, ୟୁରୋପ ଏବଂ ପଶ୍ଚିମ ଏସିଆ ବ୍ୟତୀତ ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ସେମାନଙ୍କର ନିର୍ଦ୍ଧାରିତ ଯାତ୍ରା ପୂର୍ବରୁ ଏୟାର ସୁବିଧା ପୋର୍ଟାଲରେ ଏକ ଆତ୍ମ-ଘୋଷଣା ପତ୍ର ପୂରଣ କରିବାକୁ ପଡିବ। ଏଥିସହିତ ଯାତ୍ରୀଙ୍କୁ କୋଭିଡ-19 ନେଗେଟିଭ୍ ରିପୋର୍ଟ ବି ସେଥିରେ ଅପଲୋଡ୍ କରିବାକୁ ହେବ। ତେବେ ଏହା ବ୍ୟତୀତ ଯେଉଁ ଯାତ୍ରୀମାନେ ନିଜ ପରିବାର ସଦସ୍ୟଙ୍କ ମୃତ୍ୟୁ ହେକାରଣରୁ ଭାରତକୁ ଆସୁଛନ୍ତି ସେହି ଯାତ୍ରୀମାନେ ଏଥିରୁ ବଞ୍ଚିତ ହୋଇପାରିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ।

ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ରିଟେନ, ୟୁରୋପ ଏବଂ ପଶ୍ଚିମ ଏସିଆରୁ ଆସୁଥିବା ଯାତ୍ରୀମାନଙ୍କୁ ମଧ୍ୟ ଏହି ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡ଼ିବ, କିନ୍ତୁ ସେମାନଙ୍କୁ ଯାଞ୍ଚ ଏବଂ ଅଲଗା ରଖିବା ପାଇଁ ଅଲଗା ନିର୍ଦ୍ଦେଶନାମା ଜାରି କରାଯାଇଛି।

Latest Posts

Don't Miss