ଋଷ ଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର କିଣିବାକୁ ଯାଉଛି ଭାରତ, କିନ୍ତୁ ସହିପାରୁନି ଆମେରିକା

1 min read

ନୂଆଦିଲ୍ଲୀ: ସାମରିକ କ୍ଷେତ୍ରରେ ଭାରତ ତାର ଶକ୍ତି ବଢ଼ାଇବାରେ ଲାଗିଛି। ଫ୍ରାନ୍ସ ଠାରୁ ରାଫେଲ କିଣିବା ପରେ ଏବେ ଋଷ ଠାରୁ ଡଫେନ୍ସ ଫୋର୍ସ ସିଷ୍ଟମ S-୪୦୦ କିଣିବାକୁ ଯାଉଛି। କିନ୍ତୁ ଏହି ଚୁକ୍ତିରେ ଆମେରିକା ନିରାଶ। ଭାରତର ଶକ୍ତି ବଢ଼ୁଥିବା ଦେଖି ସହିପାରୁନି ଆମେରିକା। ଆମେରିକା କହିଛି ଯେ ଋଷ ସହିତ ଏହି ଡିଫେନ୍ସ ଚୁକ୍ତି ପାଇଁ ଆମେରିକା ପକ୍ଷରୁ ଭାରତକୁ କୌଣସି ପ୍ରକାରର ସାହାଯ୍ୟ ମିଳିବ ନାହିଁ। ରକ୍ଷା ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ଭାରତର ଏହି ଡିଲ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇପାରେ। କାରଣ ପୂର୍ବରୁ ଆମେରିକା ତାର କାରନାମା ଥରେ ଦେଖାଇସାରିଛି। ଏପରି ଏକ ଚୁକ୍ତି ସମୟରେ ଆମେରିକା ତୁର୍କୀ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ଭାରତ ୫ ଟି ମିସାଇଲ ଡିଫେନ୍ସ ସିଷ୍ଟମ S-୪୦୦ କିଣୁଛି। କିନ୍ତୁ ଟ୍ରମ୍ପ ପ୍ରଶାସନ ଏହି ଚୁକ୍ତି ବାତିଲ କରିବାକୁ ଭାରତ ଉପରେ ଚାପ ପକାଉଛି। ଆମେରିକା କହିଛି ଯେ ଯଦି ଭାରତ ଆମେରିକା ସହ କୂଟନୈତିକ ମୁକାବିଲାକୁ ରୋକିବାକୁ ଚାହୁଁଛି, ତେବେ ଏହି ଡିଲକୁ ବନ୍ଦ କରିବା ଉଚିତ। ୨୦୧୭ ରେ ହୋଇଥିବା ଆମେରିକାର ନିୟମ ଅନୁଯାୟୀ ଭାରତକୁ ଋଷ ଠାରୁ ଏହି କ୍ଷେପଣାସ୍ତ୍ର କିଣିବାର କ୍ଷମତା ଦିଆଯାଇନାହିଁ। ୨୦ ଜାନୁଆରୀରେ ଆମେରିକାର ଜୋ ବିଡେନଙ୍କ ନେତୃତ୍ୱରେ ନୂତନ ସରକାରର କାର୍ଯ୍ୟକାଳ ଆରମ୍ଭ ହେବା ସତ୍ତ୍ୱେ ଏହି ନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଶ୍ୱାସ କରାଯାଏ।

ଚୀନ୍ ପରି ପଡ଼ୋଶୀମାନଙ୍କୁ ଧ୍ୟାନରେ ରଖି ପାଇଁ ଏହି ମିକ୍ଷପଣାସ୍ତ୍ରର ଆବଶ୍ୟକତା ରହିଛି। ଏହା ବ୍ୟତୀତ ଭାରତ ଖୋଲାଖୋଲି ଭାବେ କହିଛି ଯେ ସେ ତାଙ୍କ ଜାତୀୟ ନିରାପତ୍ତାର ସାମଗ୍ରୀ କାହାଠାରୁ କିଣିବ ଏହା କହିବାର ଅଧିକାର କେବଳ କେନ୍ଦ୍ରର ରହିଛି। ଭାରତର ବୈଦେଶିକ ବ୍ୟାପାର ସଚିବ କହିଛନ୍ତି, “ଭାରତ ଏବଂ ଆମେରିକା ମଧ୍ୟରେ ଏକ ବ୍ୟାପକ ରଣନୈତିକ ଭାଗିଦାରୀ ରହିଛି, । ଭାରତ ସବୁବେଳେ ବୈଦେଶିକ ନୀତି ଅନୁସରଣ କରିଆସୁଛି। ଏହା ଆମର ଚୁକ୍ତି ଏବଂ ଯୋଗାଣ ଉପରେ ରହିଛି।

Leave a Reply