ଆତଙ୍କବାଦୀ ହାଫିଜ ସଇଦକୁ ହସ୍ତାନ୍ତର ପାଇଁ ଭାରତର ଅନୁରୋଧ

ମୁମ୍ବାଇ: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦକୁ ହସ୍ତାନ୍ତର ପାଇଁ ଭାରତର ଅନୁରୋଧ। କୁଖ୍ୟାତ ଲସ୍କର ଆତଙ୍କବାଦୀକୁ ପ୍ରତ୍ୟାର୍ପଣ କରିବାକୁ ପାକିସ୍ତାନକୁ ବିଧିବଦ୍ଧ ଭାବେ କହିଛି ଭାରତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନ ବୈଦେଶିକ ବିଭାଗକୁ ହାଫିଜକୁ ଭାରତକୁ ହସ୍ତାନ୍ତର କରିବାକୁ ଅନୁରୋଧ କରାଯାଇଛି।

ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବାର ସକ୍ରିୟ ସଦସ୍ୟ ହେଉଛି ହାଫିଜ ସଇଦ। ହାଫିଜଙ୍କୁ ପ୍ରତ୍ୟାର୍ପଣ ଲାଗି ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି ଭାରତ। ସଇଦକୁ ଭାରତକୁ ହସ୍ତାନ୍ତର କରିବାକୁ ଆଇନଗତ ପ୍ରକ୍ରିୟା ପାକିସ୍ତାନ ମଧ୍ୟ ଆରମ୍ଭ କରିବାକୁ ଭାରତ ପକ୍ଷରୁ କୁହାଯାଇଛି। ହାଫିଜ ସଇଦ ଭାରତର  ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ରହିଛି । ହାଫିଜର ମୁଣ୍ଡ ଉପରେ ୧୦ ନିୟୁତ ଆମେରିକୀୟ ଡଲାର ପୁରସ୍କାର ଅର୍ଥ ରହିଛି।

ସଇଦକୁ ପ୍ରତ୍ୟାର୍ପଣ କରିବାକୁ ଭାରତ ପକ୍ଷରୁ ପାକିସ୍ତାନକୁ ବାରମ୍ବାର ଅନୁରୋଧ କରାଯାଇଛି। ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରତ୍ୟାର୍ପଣ ଚୁକ୍ତି ହୋଇନଥିବାରୁ କାହାର ପ୍ରତ୍ୟାର୍ପଣ ହୋଇପାରୁନାହିଁ । ୨୦୧୯ ଜୁଲାଇରେ ଆତଙ୍କୀ ହାଫିଜ ପ୍ରଥମେ ଗିରଫ ହୋଇଥିଲା। ଏହାପରେ ତାକୁ ୧୧ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ ପାକିସ୍ତାନର ଏକ କୋର୍ଟ । ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ କରିଥିଲା ବିସ୍ଫୋରଣ।