କ୍ଷୁଧା ତାଲିକାରେ ୧୦୨ ସ୍ଥାନରେ ଭାରତ

1 min read

ଭୋକିଲା ରହୁଛି ଭାରତ । ବିଶ୍ବ କ୍ଷୁଧା ତାଲିକାରେ ଭାରତର ସୂଚକାଙ୍କ ଅତି ତଳେ ରହିଛି । ଆଗରେ ପାକିସ୍ତାନ ଥିବା ବେଳେ ପଛରେ ରହିଛି ଭାରତ । ୧୧୭ ଦେଶମାନଙ୍କ ଭିତରେ ଭାରତର ରାଙ୍କ ହେଉଛି ୧୦୨  । ଏପରିକି ଦକ୍ଷିଣ ଏସୀୟ ଦେଶ ଓ ବ୍ରିକ୍ସ ସମୂହ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତର ସ୍ଥାନ ସବୁଠୁ ତଳେ । ଯଦିଓ ଭାରତ ୨୦୧୮ର ରାଙ୍କ ୧୦୩ ତୁଳନାରେ ମାତ୍ର ଗୋଟିଏ ସ୍ଥାନରେ ଉନ୍ନତି ଘଟାଇ ୧୦୨ରେ ପହଁଚିଛି, କିନ୍ତୁ ୬୬ରୁ ୯୪ ତମ ସ୍ଥାନ ଭିତରେ ରହିଛନ୍ତି ଅନ୍ୟ ଦକ୍ଷିଣ ଏସୀୟ ଦେଶ । ଏପରିକି ପାକିସ୍ତାନ ଯିଏ ଭାରତ ତଳେ ସବୁବେଳେ ରହିଆସୁଥିଲା, ୨୦୧୯ରେ ୧୨ଟି ସ୍ଥାନ ଉପରକୁ ଉଠି ପଡ଼ୋଶୀ ପହଁଚିଛି ୯୪ତମ ସ୍ଥାନରେ ।

ଭୋକିଲା ସୂଚକାଙ୍କରେ ନିଜ ଛବି ସୁଧାରି ଦେଶର କ୍ରମାଗତ ଉନ୍ନତି ସତ୍ତ୍ବେ ୨୦୧୫ ଠାରୁ ଖସୁଛି ଭାରତର ନମ୍ବର । ବର୍ଷ ୨୦୧୫ରେ ଭାରତର ରାଙ୍କ ଥିଲା ୯୩  । ୨୦୧୬ରେ ୯୭, ୨୦୧୭ରେ ୧୦୦ ତମ ସ୍ଥାନକୁ ଖସିଥିବା ଭାରତ ୨୦୧୮ରେ ପହଁଚିଥିଲା ୧୦୩ ରାଙ୍କରେ । ପାକିସ୍ତାନ ଦକ୍ଷିଣ ଏସୀୟାର ଏକମାତ୍ର ଦେଶ ଯିଏ ଭାରତ ତଳେ ଥିଲା, ସିଏ ଏବେ ୯୪ ତମ ସ୍ଥାନରେ ରହିଛି ।

ଜନସଂଖ୍ୟା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ମୁଖ୍ୟ କାରଣ ଭାବେ ଦାୟୀ କରାଯାଇଛି । ଏଥିସହ ୬ରୁ ୨୩ମାସର ଶିଶୁଙ୍କ କ୍ଷେତ୍ରରେ ପୁଷ୍ଟିକର ଖାଦ୍ୟର ସଂକଟ ଭାରତକୁ ପଛକୁ ଠେଲିଚାଲିଛି ।

ରିପୋର୍ଟରେ ବାଂଙ୍ଗ୍ଲାଦେଶକୁ ପ୍ରସଂଶା କରାଯାଇଛି । ଦେଶର ଅର୍ଥନୈତିକ ଅଭିବୃଦ୍ଧି, ପୁଷ୍ଟିକର ଖାଦ୍ୟ, ଶିକ୍ଷା, ପରିମଳ ଓ ସ୍ବାସ୍ଥ୍ୟ ଉପରେ ଉଲ୍ଲେଖନୀୟ କାର୍ଯ୍ୟକୁ ମିଳିଛି ମିଳିଛି ସାବାସୀ ।

ଭୋକିଲା ସୂଚକାଙ୍କରେ ୧୦୦ ରାଙ୍କ ଉପରକୁ ଥିବା ଦେଶର ସ୍ଥାନ ସବୁଠୁ ଖରାପ  । ୧୦ ରାଙ୍କ ତଳେ ଥିବା ଦେଶ କମ୍‌ କ୍ଷୁଧା ତାଲିକାରେ, ୨୦ରୁ ୩୪ ତମ ସ୍ଥାନରେ ଥିବା ଦେଶ ଅଧିକ ଭୋକିଲା ତାଲିକାରେ ଅଛନ୍ତି ।  ସେହିପରି ୩୫ରୁ ୫୦ ସତର୍କ ଘଣ୍ଟି  ଓ ୫୦ରୁ ଅଧିକ ସ୍ଥାନରେ ଥିବା ଦେଶ ଭୟଙ୍କର ଅବସ୍ଥା ଦେଇ ଗତିକରୁଥିବା ତାଲିକାରେ କୁହାଯାଇଛି ।

  ')}

Leave a Reply